ଭୁବନେଶ୍ବର: ଜେଇଇ ମେନ୍ ପରୀକ୍ଷାରେ ରାଜସ୍ଥାନର କୋଟା ସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ମୋସନ୍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଦିବ୍ୟାଂଶୁ ମାଲ୍ଲୁ ଓଡ଼ିଶା ଟପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ସଫଳତାକୁ ଦ୍ରୋଣ କ୍ୟାମ୍ପସ୍ରେ ଖୁସିର ସହ ପାଳନ କରିଥିଳେ। ମୋସନ ଏଜୁକେସନ୍ର ପ୍ରତିଷ୍ଠାତା ଓ ସିଇଓ ନୀତୀନ ବିଜୟ କହିଛନ୍ତି ଯେ ଆମ ଛାତ୍ରଛାତ୍ରୀମାନେ ପୁଣି ଥରେ ସେମାନଙ୍କ ଦୃଢ଼ ସଂକଳ୍ପ ସାବ୍ୟସ୍ତ କରିଛନ୍ତି। ଆହୁରି ଭଲ କରିବାକୁ ପ୍ରୟାସ ଜାରି ରହିବ। ଏଥର ମୋସନର ୬,୬୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୨,୪୦୯ ଚୟନ ହୋଇଛନ୍ତି। ସେଥିରୁ ୪୮ ଜଣ ଛାତ୍ରଛାତ୍ରୀ ୯୯.୯ ପ୍ରତିଶତ ଓ ୨୫୨ ଛାତ୍ରଛାତ୍ରୀ ୯୯.୫ ପ୍ରତିଶତ ନମ୍ବର ରଖିଛନ୍ତି। କିଛି ବିଦ୍ୟାର୍ଥୀ ଗଣିତ ଓ ପଦାର୍ଥ ବିଜ୍ଞାନରେ ଶତ ପ୍ରତିଶତ ପର୍ସେଣ୍ଟାଇଲ୍ ହାସଲ କରିଛନ୍ତି। ପରୀକ୍ଷାରେ ସଫଳ ହେବା ଲାଗି ମୋସନର ପ୍ରାକ୍ଟିସ୍ ଟେଷ୍ଟ ବିଶେଷ ସହାୟକ ହୋଇଥିଲା ବୋଲି ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଏବେ ସେମାନେ ଜେଇଇ ଆଡ୍ଭାନ୍ସ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଛନ୍ତି।
ଜେଇଇ ମେନ୍ରେ ‘ମୋସନ’ ଛାତ୍ରଛାତ୍ରୀଙ୍କ ସଫଳତା: ଦିବ୍ୟାଂଶୁ ମାଲ୍ଲୁ ଓଡ଼ିଶା ଟପର
/sambad/media/post_attachments/wp-content/uploads/2022/07/f64h6s4fh65hf465h465fhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)