ଜେଇଇ ଆଡ୍‌ଭାନ୍ସଡ୍‌ରେ ଫିଟ୍‌ଜି ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଜେଇଇ ଆଡ୍‌ଭାନ୍ସଡ୍‌ ୨୦୨୧ରେ ଫିଟ୍‌ଜିର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଦୀର୍ଘମିଆଦୀ କ୍ଲାସ୍‌ରୁମ୍‌ ପ୍ରୋଗ୍ରାମ୍‌ର ୮୨ ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି। ଫିଟ୍‌ଜିର ଭୁବନେଶ୍ବର ଓ କଟକ ସେଣ୍ଟର୍‌ର ଦେବାଶିଷ ପଣ୍ଡା (୫୨୯), ଶିବାଂଶ ଶ୍ରୀବାସ୍ତବ (୯୨୪), ଶାଶ୍ବତ ସାହୁ (୧୦୦୩), ଦିଲ୍ଲୀପ ଦିବ୍ୟଜ୍ୟୋତି ଦାଶ (୧୦୯୭), ଅନୁଭବ ମିଶ୍ର (୧୩୯୮) ଓ ଅଦ୍ବିତ ବରୁଣ (୧୪୫୪) ମୁକ୍ତ ବର୍ଗରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷାର ଶ୍ରେଷ୍ଠ ୨ ଓ ୩ ସ୍ଥାନରେ ଥିବା ଛାତ୍ରଛାତ୍ରୀ ଫିଟ୍‌ଜିର କ୍ଲାସ୍‌ରୁମ୍ ପ୍ରୋଗ୍ରାମ୍‌ର ଛାତ୍ର ଥିଲେ। ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ରେ ଫିଟ୍‌ଜିର ୬ ଜଣ, ଶ୍ରେଷ୍ଠ ୨୦ରେ ୧୨ ଜଣ ଓ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ୪୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମ୍ପର୍କରେ ଫିଟ୍‌ଜି ଭୁବନେଶ୍ବର ସେଣ୍ଟର୍‌ର ମୁଖ୍ୟ ରଣଜୟ ବର୍ଦ୍ଧନ ଓ ଫିଟ୍‌ଜି ଓଡ଼ିଶା ପରିଚାଳନାର ମେଣ୍ଟର ପି କେ ଦାଶ କହିଛନ୍ତି ଯେ ବିଷୟକୁ ଗଭୀର ଭାବେ ବୁଝିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ଳେଷଣ ଦକ୍ଷତାରେ ଉନ୍ନତି ଆଣିବା ଉପରେ ଦିଆଯାଇଥିବା ଗୁରୁତ୍ବର ଫଳ ମିଳିଛି। ଅତ୍ୟନ୍ତ ଉତ୍ସାହୀ ଅଭିଳାଷୀ ପିଲାମାନଙ୍କୁ ଜେଇଇରେ ସଫଳତା ପାଇଁ ପ୍ରସ୍ତୁତ କରିବାକୁ ଫିଟ୍‌ଜି ଲକ୍ଷ୍ୟ ରଖିଛି। ଫିଟ୍‌ଜିର ଆର୍ଲି ଏଜ୍ ପ୍ରୋଗ୍ରାମ୍ ଛାତ୍ରଛାତ୍ରୀଙ୍କୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବାରେ ସହାୟକ ହେଉଛି ଓ ସେଥିପାଇଁ ସେମାନେ ପରୀକ୍ଷାରେ ଶ୍ରେଷ୍ଠ ରୢାଙ୍କ ହାସଲ କରୁଥିବା ସେମା‌ନେ କହିଛନ୍ତି।

ସମ୍ବନ୍ଧିତ ଖବର