୨୫ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଶିଶୁ ଉଦ୍ୟାନ ଉପକରଣ ତିଆରି କରି ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ସ୍ଥାପନ କରିଥିବା ଫ୍ଲୋରା ଫାଉଣ୍ଟେନ୍‍ସ ଏନ୍‍ ଏମ୍ୟୁଜମେଣ୍ଟସର କାହାଣୀ ଅତି ରୋଚକ । ୯୦ ଦଶକର ଶେଷାର୍ଦ୍ଧରେ ଅଧ୍ୟାପନା ବୃତ୍ତିରୁ ନିବୃତ୍ତି ନେଇ ଆରମ୍ଭ କରନ୍ତି ଦେବୀ ପ୍ରସାଦ ପଟ୍ଟନାୟକ ଫ୍ଲୋରା ଫାଉଣ୍ଟେନ୍‍ସ ଏନ୍‍ ଏମ୍ୟୁଜମେଣ୍ଟସ ଶିଶୁ ଉଦ୍ୟାନ ଉପକରଣ ତିଆରି କାରଖାନା । ବହୁ ବାଧାବିଘ୍ନକୁ ଅତିକ୍ରମ କରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଆରମ୍ଭ ହୁଏ ଶ୍ରୀ ପଟ୍ଟନାୟକଙ୍କ ଏହି ଜୟଯାତ୍ରା । ପ୍ରାରମ୍ଭରେ ଉପକରଣ ତିଆରି କରିବା ଏବଂ ଏହା ପାଇଁ ବ୍ୟବହୃତ ସରଞ୍ଜାମ ସଂଗ୍ରହ ସହ ଉତ୍ତମ କାରିଗର ସନ୍ଧାନ କରିବା ଆଦି ବହୁ ସମସ୍ୟା ରହିଥିଲା । ଏହା ସତ୍ୱେ ଏହି ବ୍ୟବସାୟ କରିବା ନିମନ୍ତେ ଦୃଢ଼ ମନୋଭାବ ଏବଂ ସଂକଳ୍ପବଦ୍ଧତା ହିଁ ତାଙ୍କୁ ଏହାର ଶୀର୍ଷରେ ପହଞ୍ଚାଇପାରିଛି ।

Advertisment

ଏହି ଅନୁଷ୍ଠାନରେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଏବଂ  ଦୀର୍ଘସ୍ଥାୟୀ ଉପକରଣ ତିଆରି ପାଇଁ ସେ ସର୍ବଦା ସର୍ବଶ୍ରେଷ୍ଠ ସାମଗ୍ରୀକୁ ବ୍ୟବହାର କରାଯାଇଥାଏ। ଠିକ୍‍ ସମୟରେ ଜିନିଷ ତିଆରି କରି ପୂର୍ବ ନିର୍ଦ୍ଧାରିତ ସମୟରେ ନିଜ ଗ୍ରାହକଙ୍କୁ ପହଞ୍ଚାଇବା ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହନ୍ତି ଶ୍ରୀ ପଟ୍ଟନାୟକ ।  ଆଜି  ଏହି ଅନୁଷ୍ଠାନ ୧୪୦ରୁ ଊର୍ଦ୍ଧ୍ବ ପରିବାରକୁ ରୋଜଗାରକ୍ଷମ କରାଇପାରିଛି । ତାଙ୍କ କର୍ମଚାରୀଙ୍କୁ ସେ ନିଜର ପରିବାର ଭଳି ସ୍ନେହ ଏବଂ ଆଦର କରନ୍ତି । ଏପରିକି କରୋନା ପ୍ରଭାବରେ ସାରା ବିଶ୍ୱ ପୀଡ଼ିତ ଥିବା ସମୟରେ ସେ ସମସ୍ତ କର୍ମଚାରୀଙ୍କ ପାଇଁ ଖାଇବା ସାମଗ୍ରୀଠୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଥିଲେ । ସେ ସମୟରେ ସେ କାହାରିକୁ ଚାକିରିରୁ ବାହାର କରିନଥିଲେ । କେତେକ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କ ପାଇଁ ସମସ୍ତ ଚିକିତ୍ସା ବ୍ୟବସ୍ଥା ଆଦି କରିଥିଲେ । ବହୁ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବର୍ତ୍ତମାନ କାରିଗରୀ କୌଶଳ ଶିକ୍ଷା କରିବା ପାଇଁ ଏହି ଅନୁଷ୍ଠାନକୁ ଆସନ୍ତି ।

ଏହି ଅନୁଷ୍ଠାନରେ ଶିଶୁ ଉଦ୍ୟାନ, ସ୍କୁଲ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିମନ୍ତେ ବିଭିନ୍ନ ଖେଳ ଉପକରଣ, ଗାର୍ଡନ ବେଞ୍ଚ, ଓ୍ୱାଟର ଫାଉଣ୍ଟେନ୍‍, ବୈଜ୍ଞାନିକ ଉପକରଣ ସେନ୍‍ସୋରୀ ପାର୍କ ଉପକରଣ, ବରିଷ୍ଠ ନାଗରିକଙ୍କ ପାଇଁ ଉପକରଣ, ଟୟ ଟ୍ରେନ୍‍, ଏମ୍ୟୁଜ୍‍ମେଣ୍ଟ ରାଇଡ୍‍ସ ଏବଂ ପଶୁପକ୍ଷୀଙ୍କ ନକଲ ଏବଂ ବିଭିନ୍ନ ବଗିଚା ଉପକରଣ  ସ୍କୁଲ, ବ୍ୟବସାୟିକ ଅନୁଷ୍ଠାନ ପାଇଁ ସୁଲଭ ଦରରେ ଏଠାରେ ପାଇପାରିବୋ ଫ୍ଲୋରା ଫାଉଣ୍ଟେନ୍‍ସ ଏନ୍‍ ଏମ୍ୟୁଜମେଣ୍ଟସରେ ତିଆରି ଜିନିଷ ଆଧୁନିକ ଜ୍ଞାନକୌଶଳରେ ତିଆରି କରାଯାଏ ଏବଂ ଏହା  ଏକ ଆଇଏସଓ ୯୦୦୧:୨୦୧୫ ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଅଟେ । ଏଥିନିମନ୍ତେ ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଠିକଣାରେ ଯୋଗାଯୋଗ କରିପାରିବେ।

ଫ୍ଲୋରା ଫାଉଣ୍ଟେନ୍ସ ଏନ୍ ଏମ୍ୟୁଜମେଣ୍ଟସ୍
ଭାବା ନଗର, ମେନ୍ ଲେନ୍, ବ୍ରହ୍ମପୁର - ୭୬୦୦୦୪ (ଓଡ଼ିଶା)
ଫେ : ୦୬୮୦-୨୨୮୦୪୨୬/୭୪୪୦୦୦୦୪୬୬
୯୪୩୭୨୫୯୪୨୬, ୯୩୩୮୨୦୪୩୫୬