ମୁମ୍ବାଇ: କର୍ପୋରେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଦେଶର ଧନୀକ ଅମ୍ବାନି ପରିବାରର ଝିଅ ନୀନା କ‌ୋଠାରୀ । ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ଏହି ଭଉଣୀ ଆଦୌ ଚର୍ଚ୍ଚାରେ ରହନ୍ତି ନାହିଁ ସତ, କିନ୍ତୁ ସେ ଯେ ଜଣେ ସଫଳ ଉଦ୍ୟୋଗୀ ଏଥିରେ ସନ୍ଦେହ ନାହିଁ।

Advertisment

‘କୋଠାରୀ ସୁଗାର ଆଣ୍ଡ୍‌ କେମିକାଲ୍ସ’ ଲିମିଟେଡର ଅଧ୍ୟକ୍ଷା ହେଉଛନ୍ତି ନୀନା। ସେ କମ୍ପାନିର କୋଟି କୋଟି ଟଙ୍କାର ବ୍ୟବସାୟ ପରିଚାଳନା କରନ୍ତି। ହେଲେ ତାଙ୍କୁ ଚର୍ଚ୍ଚାରେ ରହିବାକୁ ଭଲ ଲାଗେ ନାହିଁ। ସେଥିପାଇଁ ନିଜକୁ ଗଣମାଧ୍ୟମ ଓ ଗହଳିଚହଳିରୁ ଦୂରେଇ ରଖନ୍ତି। ତାଙ୍କ କମ୍ପାନି ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ କାରବାର କରେ। ସେହି କାରଣରୁ ତାଙ୍କୁ ଅନେକ  ଅମ୍ବାନୀ ପରିବାରର ଝିଅ ବୋଲି ଜାଣିପାରନ୍ତି ନାହିଁ।

publive-image

ନୀନା ୨୦୦୩ ମସିହାରେ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ। ସେହି ସମୟରେ ସେ ‘ଜାଭା ଗ୍ରୀନ୍ କଫି ଆଣ୍ଡ ଫୁଡ୍ ଫ୍ରାଞ୍ଚାଇଜ’ର ମୂଳଦୁଆ ପକାଇଥିଲେ। ସେ ୧୯୮୬ ମସିହାରେ ବ୍ୟବସାୟୀ ଭଦ୍ରଶ୍ୟାମ କୋଠାରୀଙ୍କୁ ବିବାହ କରିଥିଲେ। ୨୦୧୫ ମସିହାରେ ଭଦ୍ରଶ୍ୟାମ କୋଠାରୀଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିବା ପରେ ନୀନାଙ୍କ ପାଖରେ ଏବେ ପୁଅ ଅର୍ଜୁନ କୋଠାରୀ ଏବଂ ଝିଅ ନୟନତାରା କୋଠାରୀ ଅଛନ୍ତି।

କମ୍ପାନିକୁ ଖୁବ୍ ଭଲ ଭାବେ ପରିଚାଳନା କରି ନୀନା କର୍ପୋରେଟ୍ ଜଗତରେ ନିଜର ସ୍ଥିତି ମଜବୁତ୍‌ କରିପାରିଛନ୍ତି। କୋଠାରୀ ପେଟ୍ରୋକେମିକାଲ୍ସ ଏବଂ କୋଠାରୀ ସେଫ୍ ଡିପୋଜିଟ୍ ହେଉଛି ଗ୍ରୁପର ଅନ୍ୟ ଦୁଇଟି କମ୍ପାନୀ। ରିପୋର୍ଟ ଅନୁଯାୟୀ, ତାଙ୍କର ସଂପତ୍ତିର ପୂଲ୍ୟ ୫୨.୪ କୋଟିରୁ ଅଧିକ ଟଙ୍କା।

ଯେତେବେଳେ ସେ ଅମ୍ବାନୀ ପରିବାରର କୌଣସି କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବଡ଼ବଡ଼ ଇଭେଣ୍ଟରେ ଯୋଗ ଦିଅନ୍ତି, ସେତେବେଳେ ସେ ମିଡିଆ ଆଖିରୁ ଦୂରେଇ ରହିଥା’ନ୍ତି। ତାଙ୍କର ଫଟୋଟିଏ ପାଇବା ଖୁବ୍ କଷ୍ଟକର ହୋଇଥାଏ।