ନୂଆଦିଲ୍ଲୀ:ପ୍ରାତଃ ଭ୍ରମଣରୁ ଆରମ୍ଭ ହୋଇଥିଲା ଉମା ଚନ୍ଦ୍ରଶେଖର ଓ ଉମା ନଟରାଜନଙ୍କ ବନ୍ଧୁତା। କଥାବାର୍ତ୍ତାରେ ଉଭୟ ନିଜ ନିଜ ପରିବାର ବିଷୟରେ ପଚାରି ବୁଝୁଥିଲେ। ଏହା ଉଭୟଙ୍କ ବନ୍ଧୁତାକୁ ମଜବୁତ କରିଥିଲା। ତାଙ୍କର ଧାରଣା ନଥିଲା ଯେ ଏହି ଛୋଟ ଛୋଟ ବାର୍ତ୍ତାଳାପ ଦ୍ୱାରା ଦିନେ ଏକ ବ୍ୟାବସାୟିକ ସଂସ୍ଥା ଗଢ଼ିବ। ପରେ ଏହି ଦୁଇ ଗୃହିଣୀ 'ଉମା ମାମିସ୍' ନାମକ ଏକ କମ୍ପାନିର ମୂଳଦୁଆ ପକାଇଲେ। ଏହା ବିଭିନ୍ନ ପ୍ରକାରର ମିଠା, ସ୍ନାକ୍ସ ଓ ଆଚାର ତିଆରି କରେ। କେବଳ ଭାରତରେ ନୁହେଁ, ୟୁରୋପ, ବ୍ରିଟେନ ଓ ଆମେରିକାରେ ମଧ୍ୟ ତାଙ୍କର ଗ୍ରାହକ ଅଛନ୍ତି। ତାଙ୍କ ପାଖରେ ପାରମ୍ପାରିକ ସ୍ନାକ୍ସର ଅର୍ଡର ସବୁବେଳେ ରହିଥାଏ। ବର୍ତମାନ ଦୁହେଁ ଏହି ବ୍ୟବସାୟକୁ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଉମା ଚନ୍ଦ୍ରଶେଖର ଓ ଉମା ନଟରାଜନ୍ ଚେନ୍ନାଇର ବାସିନ୍ଦା। ପ୍ରାତଃ ଭ୍ରମଣ ଯିବା ଆସିବା ଦ୍ୱାରା ଏହି ଦୁଇଜଣଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ବହୁ ବର୍ଷ ଧରି ସେମାନେ ଏକାଠି ସକାଳୁ ଚାଲିବାକୁ ଯାଉଥିଲେ। ଗୃହିଣୀଠାରୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ଉଭୟଙ୍କ ଯାତ୍ରା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଉମା ଚନ୍ଦ୍ରଶେଖରଙ୍କ ଝିଅ ନିର୍ବନ୍ଧରେ ଦୁହେଁ ମିଶି ପାରମ୍ପାରିକ ସ୍ନାକ୍ସ ମୁରୁକ୍କୁ ତିଆରି କରିଥିଲେ। ଆଉ ଅତିଥିମାନେ ଏହି ସ୍ନାକ୍ସ ଖାଇ  ବହୁତ ପ୍ରଶଂସା କରିଥିଲେ। ଏହି ଗୋଟିଏ ଦିନ ଦୁହିଁଙ୍କ ଜୀବନ ବଦଳାଇ ଦେଇଥିଲା। ନିର୍ବନ୍ଧ ଦିନ ପାଇଥିବା ପ୍ରଶଂସା ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲା। ସେବେଠାରୁ ସେମାନେ ନିଜ ରୋଷେଇ ଘରରୁ ପାରମ୍ପାରିକ ସ୍ନାକ୍ସ ଓ ମିଠା ବିକ୍ରି କରିବା ଆରମ୍ଭ କରିଥିଲେ। ଉମା ଚନ୍ଦ୍ରଶେଖରଙ୍କ କହିବା ଅନୁଯାୟୀ, ଲୋକମାନେ ପାରସ୍ପରିକ ଆଲୋଚନା ଜରିଆରେ ତାଙ୍କର ପ୍ରଚାର କରିଥିଲେ। ଅନେକ ଗ୍ରାହକ ଯେଉଁମାନେ ସେମାନଙ୍କ ଉତ୍ପାଦକୁ ବିଦେଶକୁ ନେଉଥିଲେ ସେମାନଙ୍କ ସାଙ୍ଗ ଓ ପରିବାରକୁ ସେମାନଙ୍କ ବିଷୟରେ କହିଥିଲେ। ଏହି କାରଣରୁ ସେମାନେ ବିଦେଶରୁ ମଧ୍ୟ ଅର୍ଡର ପାଇବା ଆରମ୍ଭ କରିଥିଲେ।

କେବଳ ଦୀପାବଳିରେ ତାଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ଅର୍ଡର ମିଳିଥିଲା। ଉଭୟ ଚାହାଁନ୍ତି ଯେ ଆଗାମୀ ଦୀପାବଳିରେ ଏହି ଅର୍ଡର ଏକ ଲକ୍ଷ ଟଙ୍କା ଅତିକ୍ରମ କରିବ। ତାଙ୍କର ଏକ କିଲୋଗ୍ରାମ ମିଠାର ମୂଲ୍ୟ ପ୍ରାୟ ୪୫୦ ଟଙ୍କା, ବାଦାମ ଓ କାଜୁରେ ତିଆରି ମିଠାର ମୂଲ୍ୟ ହେଉଛି ୫୫୦ ଟଙ୍କା । ସେମାନଙ୍କ ମେନୁରେ ଲୋକପ୍ରିୟ ଆଇଟମ୍ ଗୁଡିକ ହେଉଛି ମୁରୁକ୍କୁ ଓ ଆଦିରସମ୍।