ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୩୦.୫ ନିୟୁତ ଟନ୍କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଇଥାନଲ୍ ତିଆରି ଲାଗି କିଛି ଆଖୁକୁ ବ୍ୟବହାର କରାଯାଉଥିବାରୁ ଚିନି ଉତ୍ପାଦନ କମ୍ ରହିବ ବୋଲି କୁହାଯାଉଛି। ଯଦି ଇଥାନଲ୍ ବ୍ୟବହାର ପାଇଁ ଆଖୁ ବ୍ୟବହାର କରାଯାଇନଥାନ୍ତା ତେବେ ଚିନି ଉତ୍ପାଦନ ୩୧ ନିୟୁତ ଟନ୍ରୁ ଅଧିକ ରହିଥାନ୍ତା। ବ୍ରାଜିଲ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ଚିନି ଉତ୍ପାଦନ କରୁଥିବା ଦେଶ। ଚଳିତ ବର୍ଷ ଭଲ ଆଖୁ ଚାଷ ହୋଇଛି। ଏବର୍ଷ କିନ୍ତୁ ଅଧିକ ଆଖୁ ଇଥାନଲ୍ ପ୍ରସ୍ତୁତି ଲାଗି ବ୍ୟବହାର ହେବ। ସେଥିପାଇଁ ଚିନି ଉତ୍ପାଦନ କମ୍ ରହିବ ବୋଲି ଖାଦ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁବୋଧ କୁମାର ସିଂହ କହିଛନ୍ତି। ଚଳିତ ଋତୁରେ ଚିନି ଉତ୍ପାଦନ ଲାଗି ଥିବା ୨ ନିୟୁତ ଟନ୍ ଆଖୁକୁ ଇଥାନଲ୍ ୟୁନିଟ୍କୁ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩.୫ ନିୟୁତ ଟନ୍ ଆଖୁ ଇଥାନଲ୍ ଉତ୍ପାଦନ ପାଇଁ ବ୍ୟବହାର କରାଗଲାଣି। ଏହା ସତ୍ତ୍ବେ ଯେତିକି ଚିନି ଉତ୍ପାଦନ ହେବ ତାହା ଦେଶର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ। ଦେଶର ଚିନି ଚାହିଦା ୨୬-୨୬.୫ ନିୟୁତ ଟନ୍ ଭିତରେ ରହିବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ରେ ଦେଶରେ ୨୬ ନିୟୁତ ଟନ୍ ଚିନି ବ୍ୟବହାର କରାଯାଇଥିଲା।
ଚିନି ଉତ୍ପାଦନ ହ୍ରାସ ପାଇବ: ଇଥାନଲ୍ ଉତ୍ପାଦନରେ ବ୍ୟବହାର ହେଉଛି ଆଖୁ
/sambad/media/post_attachments/wp-content/uploads/2021/09/sugar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)