ବେଙ୍ଗାଲୁରୁ: ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀ ଗୁରୁ ରାଘବେନ୍ଦ୍ର ସହକାର ବ୍ୟାଙ୍କ ନାମକ ଏକ ସମବାୟ ବ୍ୟାଙ୍କର ପୂର୍ବତନ ସିଇଓ ୭୦ ବର୍ଷ ବୟସ୍କ ଏମ୍ ବାସୁଦେବ ମୈୟା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ତାଙ୍କ ଘର ସାମ୍ନାରେ ଥିବା କାର ଭିତରେ ତାଙ୍କର ମୃତଦେହ ଠାବ କରାଯାଇଛି। ମଦରେ ବିଷ ପୂରାଇ ପିଇବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ କହିଛି। ୧୪୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଗତମାସ ୧୮ ତାରିଖରେ ଉକ୍ତ ବ୍ୟାଙ୍କର କାର୍ଯ୍ୟାଳୟ ସମେତ ମୈୟା ଓ ଅନ୍ୟ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି) ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଳିତମାସ ଜାନୁଆରିରେ ରିଜର୍ଭ ବ୍ୟାଙ୍କ ଉକ୍ତ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା। ବ୍ୟାଙ୍କକୁ କୌଣସି ପ୍ରକାର ଋଣ ଦେବାକୁ ମନା କରାଯାଇଥିଲା। ଏଥିସହିତ ଜମାକାରୀମାନଙ୍କୁ ପ୍ରଥମେ ୩୫ ହଜାର ଏବଂ ପରେ ୧ ଲକ୍ଷ ଟଙ୍କା ଲେଖାଏଁ ଉଠାଇବା ସୁଯୋଗ ମିଳିଥିଲା। ଏନଇଏଫ୍ଟି ମାଧ୍ୟମରେ ଗ୍ରାହକଙ୍କ ପାଇଁ ଟଙ୍କା ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିବା ଅନୁମତି ଦିଆଯାଇଥିଲେ ମଧ୍ୟ କରୋନା ସମୟରେ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ଟଙ୍କା ଉଠାଇବା ପାଇଁ ଭିଡ଼ ଲଗାଇଥିଲେ।
ଜାଲିଆତିର ଶିକାର ବ୍ୟାଙ୍କର ପୂର୍ବତନ ସିଇଓଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/07/ceo-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)