ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହୋଇଗଲାଣି। ଏଥି ସହିତ ଶୀତଳତା ପ୍ରଦାନ କରୁଥିବା ସାମଗ୍ରୀଗୁଡ଼ିକର ବିକ୍ରି ମଧ୍ୟ ବଢ଼ିଲାଣି। ଘରକୁ ଥଣ୍ଡା ରଖିବା ପାଇଁ ଲୋକମାନେ ଏସି, କୁଲର୍‌ ଓ ଫ୍ୟାନ୍‌ ଆଦି କିଣୁଛନ୍ତି। ଦେହକୁ ଥଣ୍ଡା ରଖିବା ପାଇଁ ହାଲୁକା ଓ ପତଳା ପୋଷାକ ଖରିଦ କରୁଛନ୍ତି। ତେବେ ଯୁବପିଢ଼ିମାନେ ଅନ୍ୟ ଏକ ଜିନିଷ ପ୍ରତି ଅଧିକ ଆକର୍ଷିତ ହୋଇଛନ୍ତି। ତାହା ହେଉଛି ଫେସନେବଲ୍‌ ଟୋପି ବା କ୍ୟାପ୍‌। ସେମାନଙ୍କର ଅଧିକ ପସନ୍ଦ ହେଉଛି କଟନ୍‌ ଟୋପି। ସହରରେ ଥିବା ପ୍ରମୁଖ ସୋ’ରୁମ୍‌ଗୁଡ଼ିକରେ ରଙ୍ଗ ବେରଙ୍ଗର ଟୋପି ଦେଖିବାକୁ ମିଳୁଛି। ଟୋପି ଷ୍ଟଲ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଲାଣି।

Advertisment

ଅନ୍‌ଲାଇନ୍‌ରେ ଅଧିକ ଭେରାଇଟି
ଗ୍ରାହକମାନେ ଯେକୌଣସି ସୋ’ରୁମ୍‌ରେ ପ୍ରବେଶ କରି ନିଜ ପାଇଁ ଟୋପି କିଣିପାରିବେ। ସେମାନେ ଅନଲାଇନ୍‌ରେ ମଧ୍ୟ ମନ ପସନ୍ଦର ଟୋପି ଖରିଦ କରିପାରିବେ। ଅନଲାଇନ୍‌ରେ ବିଭିନ୍ନ ପ୍ରକାର ଟୋପିର ବିକଳ୍ପ ମିଳିବ ଯାହା ହୁଏତ ଷ୍ଟୋର୍‌ କିମ୍ବା ସୋ’ରୁମ୍‌ରେ ମିଳିନପାରେ। ଭୁବନେଶ୍ୱରର ପ୍ରମୁଖ ଫେସନ୍‌ ଷ୍ଟୋର୍‌ ଯଥା ଭୁବନେଶ୍ୱର ସେଣ୍ଟ୍ରାଲ୍‌, ବିଗ୍‌ ବଜାର, ଫାଣ୍ଟାଲୁନ୍‌ସ, ରିଲାଏନ୍ସ ଟ୍ରେଣ୍ଡସ୍‌, ରିଲାଏନ୍ସ ସୁପର୍‌, କଳାମନ୍ଦିର ରୟାଲ୍‌, ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରି, ବିଗ୍‌ ବଜାର, ଏଫ୍‌ବିବି ଷ୍ଟୋର୍‌, ଆଲିସାନ୍‌, ମ୍ୟାକ୍ସ, ପଣ୍ଡା ଲାଇଫ୍‌ଷ୍ଟାଇଲ୍‌ ଆଦି ଷ୍ଟୋର୍‌ରୁ ଗ୍ରାହକମାନେ ନିଜ ପାଇଁ ଟୋପି କିଣିପାରିବେ। ଏହା ବ୍ୟତୀତ ସେମାନେ ଫୋରମ୍‌ ମାର୍ଟ, ବିଏମ୍‌ସି ଭବାନୀ ମଲ୍‌ ଓ ପାଲ୍‌ ହାଇଟ୍‌ ଆଦିରେ ଥିବା ବିଭିନ୍ନ ବ୍ରାଣ୍ଡେଡ୍‌ ଷ୍ଟୋର୍‌ରୁ ମଧ୍ୟ ନିଜ ପାଇଁ ଟୋପି କିଣିପାରିବେ। ଅନଲାଇନ୍‌ରେ ଟୋପି କିଣିବାକୁ ଚାହୁଁଥିବା ଗ୍ରାହକମାନେ ମିନ୍ତ୍ରା, ଫ୍ଲିପ୍‌କାର୍ଟ, ଆମାଜନ୍‌ ଆଦି େଓ୍ଵବସାଇଟ୍‌ କିମ୍ବା ଆପ୍‌ ଜରିଆରେ ତାହାକୁ ହାସଲ କରିପାରିବେ। ଏହା ବ୍ୟତୀତ ଆହୁରି ଅନେକ େଓ୍ଵବସାଇଟ୍‌ ରହିଛି ଯେଉଁଠାରେ ଲୋକମାନେ ନିଜ ପାଇଁ ଟୋପି କିଣିପାରିବେ।

ବିଭିନ୍ନ କିସମର ଟୋପି

publive-image
ବଜାରରେ ଅନେକ ପ୍ରକାର ଟୋପି ବିକ୍ରି ହେଉଛି। ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଟୋପି ଖରିଦ କରୁଛନ୍ତି। ବଜାରରେ ଫେସନ୍‌ କ୍ୟାପ୍‌, ସ୍ୱତନ୍ତ୍ର ପୁରୁଷ କ୍ୟାପ୍‌, କଟନ୍‌ କ୍ୟାପ୍‌, ପ୍ରିଣ୍ଟେଡ୍‌ କ୍ୟାପ୍‌, ବ୍ରାଣ୍ଡ୍‌ ପ୍ରମୋସନାଲ୍‌ କ୍ୟାପ୍‌, ଓ୍ଵିଣ୍ଟର୍‌ କ୍ୟାପ୍‌, ସମର୍‌ କ୍ୟାପ୍‌, ସ୍ପୋର୍ଟି କ୍ୟାପ୍‌, ସାଧାସିଧା କ୍ୟାପ୍‌, ନାଇଲନ୍‌ କ୍ୟାପ୍‌, ନିଟେଡ୍‌ କ୍ୟାପ୍‌ ଓ ବେସ୍‌ବଲ୍‌ କ୍ୟାପ୍‌ ଆଦି ବିକ୍ରି ହେଉଛି। ଖରାଦିନେ ଅଧିକ ବିକ୍ରି ହେଉଥିବା ଟୋପିଗୁଡ଼ିକ ହେଉଛି ସମର୍‌ କାଜୁଆଲ୍‌ କ୍ୟାପ୍‌, ବ୍ରସଡ୍‌ କଟନ୍‌ କ୍ୟାପ୍‌, ଫେନ୍‌ସି କ୍ୟାପ୍‌, କର୍ପୋରେଟ୍‌ ଗିଫ୍ଟ କ୍ୟାପ୍‌ ଓ କଟନ୍‌ କ୍ୟାପ୍‌।

ବ୍ରାଣ୍ଡେଡ୍‌ ଟୋପିର ଚାହିଦା ଅଧିକ
ଯୁବପିଢ଼ିମାନେ ବ୍ରାଣ୍ଡେଡ୍‌ ଟୋପିକୁ ପିନ୍ଧିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ବଜାରରେ ଉଭୟ ବ୍ରାଣ୍ଡେଡ୍‌ ଓ ଅଣ-ବ୍ରାଣ୍ଡେଡ୍‌ ଟୋପି ବିକ୍ରି ହେଉଛି। କିନ୍ତୁ ଅଧିକ ଚାହିଦା ବ୍ରାଣ୍ଡେଡ୍‌ ଟୋପିଗୁଡ଼ିକର ରହିଛି। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଟୋପି ବ୍ରାଣ୍ଡ୍‌ଗୁଡ଼ିକ ହେଉଛି-ଆଦିଦାସ୍‌, ଆଦିଦାସ ନିଓ, ଆଦିଦାସ ଅରିଜିନାଲ୍‌, ଆଲ୍‌ଭାରୋ କାଷ୍ଟାଗ୍ନିନୋ, ବେସିକ୍ସ, ବ୍ଲୁବେରି, ବ୍ରେକ୍‌ ବାଉନ୍‌ସ, ସେଲିଓ, କଲମ୍ବିଆ, ଫ୍ୟାନ୍‌ ସିଜନ୍‌ସ୍‌, ହାଉଲ୍‌ ଆପାରେଲ୍‌, ଜିପ୍‌, କୁକ୍‌ ଏନ୍‌ ନିଚ୍‌ ବ୍ୟାଟ୍‌୍‌ମ୍ୟାନ୍‌, କୁକ୍‌ ଏନ୍‌ ନିଚ୍‌ ସୁପରମ୍ୟାନ୍‌, ଲିଭାଇସ୍‌, ନଏଜ୍‌, ନାଇକ୍‌, ପୁମା, ରିବକ୍‌, ରୋଡ୍‌ଷ୍ଟର୍‌, ଫୋର୍‌ଏଭର୍‌ ୨୧, ନିଉ ଇରା, ବିମଲ୍‌, ଲାକୋଷ୍ଟେ, ହାର୍ଲି-ଡାଭିଡ୍‌ସନ୍‌, ସ୍ପୋର୍ଟିଗୋ, ଏସ୍‌ ଓଲିଭର୍‌, ରଙ୍ଗ୍‌ ଓ ଓ୍ଵାଇଲଡ୍‌କ୍ରାଫ୍ଟ।

ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ

publive-imageସୋ’ରୁମ୍‌ ବାହାରେ ବିକ୍ରି ହେଉଥିବା ଟୋପିଗୁଡ଼ିକର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାଠାରୁ କମ୍‌ ମୂଲ୍ୟରେ ମଧ୍ୟ କିଛି ଷ୍ଟୋର୍‌ରେ ଟୋପି ମିଳୁଛି। ଅନଲାଇନ୍‌ରେ ଟୋପିଗୁଡ଼ିକର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହୋଇଯାଉଛି। ଏଭଳି କିଛି ବ୍ରାଣ୍ଡ୍‌ର ଟୋପି ରହିଛି ଯାହାର ମୂଲ୍ୟ ୪୦୦୦ ହଜାର ଟଙ୍କା। ତେବେ ସୁପରବାଇକ୍‌ ଚାଳକମାନେ ବ୍ୟବହାର କରୁଥିବା ଟୋପିଗୁଡ଼ିକର ମୂଲ୍ୟ ବହୁତ ଅଧିକ ରହିଛି। ସେଗୁଡ଼ିକ କେବଳ ସେହି ବାଇକ୍‌ର ସୋ’ରୁମ୍‌୍‌ରେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ହେଉଛି।

କଳା, ଧଳା ରଙ୍ଗ ଅଧିକ ବିକ୍ରି
ବଜାରରେ ବିଭିନ୍ନ ରଙ୍ଗର ଟୋପି ଉପଲବ୍ଧ ହେଉଛି। ମାତ୍ର ଗ୍ରାହକମାନଙ୍କ ମଧ୍ୟରେ କଳା, ଧଳା, ନୀଳ ଓ ଗାଢ଼ ଲାଲ୍‌ ରଙ୍ଗର ଟୋପି ଅଧିକ ଚାହିଦାରେ ରହିଛି। ଗୋଲାପି, ଧୂସର, ମାଟିଆ, ବାଇଗଣୀ ଓ ମିଶ୍ରିତ ରଙ୍ଗ ଟୋପିର ଚାହିଦା ମଧ୍ୟ କିଛି କମ୍‌ ନୁହେଁ।