ନୂଆଦିଲ୍ଲୀ: ଅଳ୍ପ ଦିନ ଭିତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ଓପୋନ୍‌ଏଆଇର ଏଆଇ ଚାଟ୍‌ବଟ୍ ‘ଚାଟ୍‌ଜିପିଟି’ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସାକ୍ଷାତକାର ନେଇ ଚର୍ଚ୍ଚାରେ ରହିଛି। ବିଲ୍‌ ଗେଟସ୍ ଏ ସମ୍ପର୍କିତ ଏକ ଭିଡିଓକୁ ପେସାଦାରଙ୍କ ନେଟ୍‌ୱର୍କିଂ ସାଇଟ୍ ଲିଙ୍କଡ୍ଇନ୍‌ରେ ସେୟାର କରିଛନ୍ତି। ଆସନ୍ତା ୧୦ ବର୍ଷରେ ବିଶ୍ବ ଅର୍ଥନୀତି ଓ ନିଯୁକ୍ତି ବଜାରକୁ ପ୍ରଯୁକ୍ତି କିଭଳି ପ୍ରଭାବିତ କରିବ ବୋଲି ଚାଟ୍‌ଜିପିଟି ପ୍ରଶ୍ନ କରିଥିଲା। ଏହାର ଉତ୍ତରରେ ବିଲ୍ ଗେଟ୍‌ସ କହିଥିଲେ ଯେ ସ୍ବାସ୍ଥ୍ୟ ସେବା ଓ ଶିକ୍ଷାରେ ଶ୍ରମ ଶକ୍ତିର ଅଭାବ ଥିବାରୁ ଆମକୁ ଅଧିକ ଦକ୍ଷ ହେବାକୁ ପଡ଼ିବ। ସୁଦକ୍ଷ ହେବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟକ ହୋଇପାରିବ।

Advertisment

କାମ ସାରି ଠିକ୍ ସମୟରେ ଘରକୁ ଫେରିବା ନେଇ ଯୁବ କର୍ମଚାରୀଙ୍କୁ କ’ଣ ପରାମର୍ଶ ଦେବେ ସମ୍ପର୍କିତ ପ୍ରଶ୍ନରେ ବିଲ୍ ଗେଟସ୍‌ କହିଥିଲେ ଯେ ମୁଁ କର୍ମଠ ଥିଲି। ଛୁଟି ଉପରେ ବିଶ୍ବାସ କରୁନଥିଲି। ଯେତେବେଳେ ମାଇକ୍ରୋସଫ୍ଟ ଛୋଟ ଥିଲା ତାହା ଚଳନୀୟ ଥିଲା। ମାତ୍ର କଂପାନି ବଡ଼ ହେବା ମୋର ହୃଦୟଙ୍ଗମ ହୋଇଥିଲା ଯେ ଲୋକମାନେ ନିଜ ପରିବାର ପାଖରେ ରିବା ଦରକାର। ଏହି ପ୍ରଶ୍ନର ଉତ୍ତରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସୁନକ କହିଥିଲେ ଯେ ଯେହେତୁ ମୁଁ ଏକ ଆସିଛି ତେଣୁ ଆଗୁଆ ରହିବା ଲାଗି ମୁଁ ସବୁବେଳେ କାମ କରୁଥିଲି। ମାତ୍ର ସମୟ ଗଡ଼ିବା ସହ ଜାଣିପାରିଥିଲି ଯେ ଆମକୁ ଜୀବନର କିଛି ମୁହୂର୍ତ ବଞ୍ଚିବାକୁ ମଧ୍ୟ ପଡ଼ିବ।