ଲଣ୍ଡନ:  ଭାରତ-ବ୍ରିଟେନର ଅର୍ଥନୈତିକ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ବିକାଶ ପାଇଁ ବିଶିଷ୍ଟ ଓଡ଼ିଆ ନିବେଶକ ତଥା ଉଦ୍ୟୋଗୀ ଡ ବିଶ୍ବନାଥ ପଟ୍ଟନାୟକ ଏବଂ ଅରୁଣ କର ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଏକ ହାଇପ୍ରୋଫାଇଲ ନୈଶଭୋଜିରେ ସାକ୍ଷାତ କରିଛନ୍ତି। ଉଚ୍ଚସ୍ତରୀୟ ନିବେଶକଙ୍କ ପାଇଁ ଲଣ୍ଡନରେ ଆୟୋଜିତ ହୋଇଥିବା ଏହି ନୈଶଭୋଜିରେ ଋଷି ସୁନକଙ୍କ କମିଟିର ମୁଖ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଡ ବିଶ୍ବନାଥ ପଟ୍ଟନାୟକ ଓ ଅରୁଣ କରଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ଏହି ବୈଠକରେ ବ୍ରିଟେନ ଓ ଓଡ଼ିଶା ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଚ୍ଚାଭିଳାଷୀ ଯୋଜନା ବିଷୟରେ ଆଲୋଚନା ହୋଇଥିଲା।