ଭୁବନେଶ୍ବର: କାର୍ଯ୍ୟକ୍ଷମ ରହିଥିବା ସଡ଼କ ପ୍ରକଳ୍ପର ଉଚିତ୍ ମୂଲ୍ୟ ବାହାର କରିବା ଏବଂ ଭିତ୍ତିଭୂମି ବିକାଶରେ ଘରୋଇ-ସରକାରୀ ସହଭାଗିତା (ପିପିପି) ବଢ଼ାଇବା ଲାଗି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସଡ଼କ କ୍ଷେତ୍ର ଲାଗି ପ୍ରଥମ ସମ୍ପତ୍ତି ମନିଟାଇଜେସନ୍ ରଣନୀତି ଉନ୍ମୋଚନ କରାଯାଇଛି। ୨୦୨୫-୨୬ରେ ଏନ୍ଏଚ୍ଏଆଇ ପକ୍ଷରୁ ୨୦୨୫-୨୬ରେ ମନିଟାଇଜ୍ କରିବାକୁ ଯୋଜନା ରଖାଯାଇଥିଲା ବିଭିନ୍ନ ରାଜ୍ୟର ପ୍ରକଳ୍ପଗୁଡ଼ିକର ଏକ ତାଲିକା ମଧ୍ୟ ଜାରି କରାଯାଇଛି। ସେହି ତାଲିକାରେ ଓଡ଼ିଶାର ଗୋଟିଏ ପ୍ରକଳ୍ପ ରହିଛି। ତାହା ହେଉଛି ସୁନାଖଳାରୁ ଭୁବନେଶ୍ବର ପର୍ଯ୍ୟନ୍ତ ୭୭ କିମି ରାଜପଥ।
ଏହି ତାଲିକାରେ ବିହାରର ୨, ଛତିଶଗଡ଼ର ୧, ହରିୟାଣାର ୧, ଗୁଜରାଟର ୧ , ଝାଡ଼ଖଣ୍ଡର ୪, କର୍ଣ୍ଣାଟକର ୧, କେରଳର ୧, ମହାରାଷ୍ଟ୍ରର ୫, ତେଲେଙ୍ଗାନର ୨, ଉତ୍ତରପ୍ରଦେଶର ୩ ଓ ପଶ୍ଚିମବଙ୍ଗର ୨ଟି ପ୍ରକଳ୍ପ ରହିଛି। ଏହି ମନିଟାଇଜେସନ୍ ସୁନିଶ୍ଚିତ କରିବ ଓ ଘରୋଇ କ୍ଷେତ୍ର ଲାଗି ବାଟ ଖୋଲିବ ବୋଲି ଏନ୍ଏଚ୍ଏଆଇର ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ କହିଛନ୍ତି।