ନୂଆଦିଲ୍ଲୀ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କରୋନା ମହାମାରୀର ମୁକାବିଲା ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ‘ଗିଭ୍ ଇଣ୍ଡିଆ’ ନାମକ ଏକ ବେସରକାରୀ ସଂଗଠନକୁ ସେ ଏହି ଅର୍ଥ ଦେଇଛନ୍ତି। ଗିଭ୍ ଇଣ୍ଡିଆ ପକ୍ଷରୁ ପିଚାଇଙ୍କ ଦାନ ସମ୍ପର୍କରେ ଏକ ଟ୍ବିଟ୍ରେ ସୂଚନା ଦିଆଯାଇଛି। ଏଥିପାଇଁ ଉକ୍ତ ସଂସ୍ଥା ପିଚାଇଙ୍କୁ ଧନ୍ୟବାଦ ଜଣାଇଛି। ପୂର୍ବରୁ ବିଶ୍ବରେ କରୋନା ମୁକାବିଲା ପାଇଁ ଗୁଗୁଲ୍ ୮୦୦ ନିୟୁତ ଡଲାରରୁ ଅଧିକ ସହାୟତା ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏଥିରୁ ୨୦୦ ନିୟୁତ ଡଲାର ଏନଜିଓ ଏବଂ ବ୍ୟାଙ୍କ ଗୁଡ଼ିକୁ ଦିଆଯିବ।
ସୁନ୍ଦର ପିଚାଇ ଦେଲେ ୫ କୋଟି
/sambad/media/post_attachments/wp-content/uploads/2019/12/sundar-pichai1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)