ସୁନ୍ଦରଗଡ଼: ଫ୍ରାନ୍ସ ଚାଖିବ ସୁନ୍ଦରଗଡ଼ର ମହିଳା ଚାଷୀଙ୍କ ଆମ୍ବ ଆମ୍ରପାଲିର ସୁଆଦ। ଲେଫ୍ରିପଡ଼ା ବ୍ଲକ୍ରୁ ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ୧୮ କ୍ୱିଣ୍ଟାଲ ଆମ୍ବ ରପ୍ତାନି କରିଛି। ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଏପିସି ପ୍ରକଳ୍ପ ଅଧୀନରେ ଗଠିତ ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ଆମ୍ବ ଗାଡ଼ିକୁ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଷମା ବିଲୁଙ୍ଗ, ଉଦ୍ୟାନ କୃଷି ଉପ-ନିର୍ଦେଶକ ସୁକାନ୍ତ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଫ୍ରାନ୍ସ ଯିବ ସୁନ୍ଦରଗଡ଼ ଆମ୍ରପାଲି ଆମ୍ବ
ଫ୍ରାନ୍ସ ଚାଖିବ ସୁନ୍ଦରଗଡ଼ର ମହିଳା ଚାଷୀଙ୍କ ଆମ୍ବ ଆମ୍ରପାଲିର ସୁଆଦ। ଲେଫ୍ରିପଡ଼ା ବ୍ଲକ୍ରୁ ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ୧୮ କ୍ୱିଣ୍ଟାଲ ଆମ୍ବ ରପ୍ତାନି କରିଛି। ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଏପିସି ପ୍ରକଳ୍ପ ଅଧୀନରେ....
/sambad/media/media_files/2025/06/25/dffshfhsfshfh-2025-06-25-02-14-29.jpg)