ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍)ର ଲ୍ୟାଣ୍ଡଲାଇନ୍ ବ୍ୟବହାରକାରୀଙ୍କୁ ଝଟକା। ଏଣିକି ଲ୍ୟାଣ୍ଡଲାଇନ ଗ୍ରାହକ ଆଉ ରବିବାର ମାଗଣା କଲ୍ର ଫାଇଦା ଉଠାଇ ପାରିବେ ନାହିଁ। ଏହି ସେବା ଉପରେ ବିଏସ୍ଏନ୍ଏଲ୍ ଫେବ୍ରୁଆରି ୧ରୁ ଅଙ୍କୁଶ ଲଗାଇ ଦେବାକୁ ଯାଉଛି। ଆର୍ଥତ୍ ଫେବ୍ରୁଆରି ୧ରୁ ବିଏସ୍ଏନ୍ଏଲ୍ ବ୍ୟବହାରକାରୀଙ୍କୁ ରବିବାର ପାଇଁ ଚାର୍ଜ ବି ଦେବାକୁ ପଡ଼ିବ।
/sambad/media/post_attachments/wp-content/uploads/2018/01/386354-351371-bsnl-300x169.png)
ବିଏସ୍ଏନ୍ଏଲ୍ ମୁଖ୍ୟ ମହାପ୍ରବନ୍ଧକ ଏସପି ତ୍ରିପାଠୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଏସ୍ଏନ୍ଏଲ୍ ରବିବାର ମାଗଣା କଲିଂ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫେବ୍ରୁଆରି ୧ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ବିଏସ୍ଏନ୍ଏଲ୍ ରାତିରେ ମିଳୁଥିବା ମାଗଣା କଲିଂ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା।
/sambad/media/post_attachments/wp-content/uploads/2018/01/bsnl-to-cancel-free-sunday-calls-from-february-1-1517209947-300x225.jpg)
ତେବେ ଏହି କ୍ରମରେ ବିଏସ୍ଏନ୍ଏଲ୍ ନିଜର ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନୂଆ ପ୍ଲାନ୍ର ଲଞ୍ଚ କରିଥିଲା। ବିଏସ୍ଏନ୍ଏଲ୍ ୧୮୭ଟଙ୍କାର ପ୍ଲାନ୍ରେ ଗ୍ରାହକ ପ୍ରତିଦିନ ୧ଜିବି ଡାଟା ସହିତ ଅସୀମିତ ମାଗଣା କଲିଂ ସେବା ଓ ରୋମିଂ ଫ୍ରି ଆଦିର ଲାଭ ଉଠାଇ ପାରିବେ। ଏହି ପ୍ଲାନ୍ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bsnl-23-1474611353.jpg)