ନୂଆଦିଲ୍ଲୀ: ଅର୍ଥନୈତିକ ସର୍ଭେରେ ପ୍ରସିଦ୍ଧ କବିଙ୍କଠାରୁ ଆରମ୍ଭ କରି ଔପନ୍ୟାସିକ, ଅର୍ଥନୀତିଜ୍ଞ ଏବଂ ବଲିଉଡ୍ ତାରକାମାନଙ୍କ କଥାକୁ ସ୍ଥାନ ଦିଆଯାଇଛି। ସେମାନଙ୍କ ଦ୍ୱାରା ଅତୀତରେ କୁହାଯାଇଥିବା କିଛି ଲୋକପ୍ରିୟ ବାକ୍ୟକୁ ବ୍ୟବହାର କରି ଦେଶର ଆର୍ଥିକ ସ୍ଥିତିର ଚିତ୍ର ପ୍ରଦାନ କରିବାକୁ ପ୍ରୟାସ କରାଯାଇଛି। ପୁଞ୍ଜିନିବେଶ ଉପରେ ଚିନ୍ତା ପ୍ରକଟ କରି ହାଇମନ୍ ମିନ୍ସ୍କିଙ୍କ ଲେଖା ‘ନିବେଶ ଧୂନ୍ ବଜାଇଥାଏ ଏବଂ ଲାଭ ସେହି ଅନୁସାରେ ନାଚିଥାଏ’ ଲେଖାଯାଇଛି। ସର୍ଭେର ବିଷୟ ଆରମ୍ଭରେ ସେକ୍ସପିୟରଙ୍କ ହାମ୍ଲେଟ୍ର ଲେଖା ‘ସମୟର ଚାବୁକ ଏବଂ କ୍ରୋଧ, ଆକ୍ରାନ୍ତକାରୀଙ୍କ କାରନାମା ଏବଂ ନ୍ୟାୟରେ ବିଳମ୍ବକୁ କିଏ ସହ୍ୟ କରିବ’ ଲେଖାଯାଇଛି।
ସେହିପରି ସନି ଦେଓଲଙ୍କ ଦାମିନି ସିନେମାର ଡାଇଲଗ୍ ‘ତାରିଖ ପର୍ ତାରିଖ, ତାରିଖ ପର୍ ତାରିଖ’ ମଧ୍ୟ ଲେଖାଯାଇଛି। କୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାକୁ ବଖାଣିବା ପାଇଁ ସେକ୍ସପିୟରଙ୍କ ଲେଖା ଏବଂ ସନି ଦେଓଲଙ୍କ ଡାଇଲଗ୍ ବ୍ୟବହାର କରାଯାଇଛି। ଭାରତୀୟଙ୍କ ପୁଅଟିଏ ପାଇଁ ପ୍ରବଳ ଇଛାକୁ ଜଣାଇବା ପାଇଁ ପ୍ରସିଦ୍ଧ ତାଲିମ କବି ସୁବ୍ରମଣ୍ୟ ଭାରତୀଙ୍କ କବିତାକୁ ଉଦ୍ଧାର କରାଯାଇଛି। ପାଣିପାଗ ପରିବର୍ତ୍ତନର ସ୍ଥିତିକୁ ଦର୍ଶାଇବାକୁ ଯାଇ ସର୍ଭେରେ ମନୋଜ କୁମାରଙ୍କ ହିନ୍ଦୀ ସିନେମା ଉପକାର୍ର ଗୀତ ‘ମେରେ ଦେଶ କି ଧରତି ସୋନା ଉଗ୍ଲେ, ଉଗ୍ଲେ ହିରେ ମୋତି’କୁ ସ୍ଥାନ ଦିଆଯାଇଛି।