ମାତ୍ର ଏତିକି ଟଙ୍କା ଖର୍ଚ୍ଚ କରି ଆପଣଙ୍କ କାରରେ ଲଗାଇପାରିବେ ସନରୁଫ!

ସାଧାରଣ କାର ପାଲଟିଯିବ ଦାମୀ କାର

ନୂଆଦିଲ୍ଲୀ: ଏବେ ଭାରତରେ ଦିନକୁ ଦିନ ସନରୁଫ ଥିବା କାରଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ବିଶେଷକରି ଯୁବକମାନେ ଏଭଳି କାରକୁ ଅଧିକ ପସନ୍ଦ କରୁଛନ୍ତି | ଅଧିକାଂଶ କମ୍ପାନି ଟପ ମଡେଲରେ ସନରୁଫ ପ୍ରଦାନ କରୁଥିବାବେଳେ ବିଶେଷଜ୍ଞଙ୍କ କହିବା ମୁତାବକ ସନରୁଫ ଦେବା ଦ୍ୱାରା କାରର ମୂଲ୍ୟ ସାଧାରଣ କାର ମୂଲ୍ୟଠାରୁ ବଢ଼ିଯାଇଥାଏ | ତେବେ ଯଦି ଆପଣଙ୍କ ପାଖରେ ଏକ ପୁରୁଣା କାର ରହିଛି ଓ ଆପଣ ଏହାକୁ ନ ବଦଳାଇ ସନରୁଫ ଲଗାଇବାକୁ ଚାଁହୁଛନ୍ତି, ତେବେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ଏହା କରିପାରିବେ | ଅର୍ଥାତ ଯଦି ଆପଣଙ୍କର ଅଲ୍ଟୋ, ଏସ୍- ପ୍ରେସୋ, ୱାଗନ୍ଆର୍, ସ୍ବିଫ୍ଟ, କ୍ୱିଡ୍ କିମ୍ବା କୌଣସି ସାଧାରଣ କାର୍ ଅଛି, ତେବେ ଆପଣ ଏଥିରେ ସନରୁଫ ଲଗାଇପାରିବେ |

ତେବେ ଯଦି ଆପଣ କୌଣସି କାର ଡିଲରଙ୍କ ପାଖରେ ନେଇ କାର କମ୍ପାନିର ସନରୁଫ ଲଗାଇବେ ତେବେ ଆପଣଙ୍କୁ ୮୦ରୁ ୯୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ଏବେ ଆସନ୍ତୁ ଜାଣିବା ଏକ ସାଧାରଣ କାରରେ କିଭଳି ସନରୁଫ ଲଗାଯିବ | ପ୍ରଥମେ ସନରୁଫ କେଉଁଠାରେ ରହିବ ତାହାର ମାର୍କିଂ କରାଯାଏ | ଏହା ପରେ କାରର ଛାତ ସିଟକୁ ସନରୁଫ ଆକାରରେ କଟାଯାଇଥାଏ | ତାପରେ ସନରୁଫର କଟି ସିଟ୍ ଚାରିପାଖରେ ଗ୍ରିପ ଲଗାଯାଇ ସିଲ କରାଯାଏ | ଯେଭଳି ବର୍ଷା ପାଣି ଏହା ଦେଇ ଭିତରକୁ ନ ପଶିବ ସେଥିପ୍ରତି ଦୃଷ୍ଟି ଦିଆଯାଏ |

ବର୍ତ୍ତମାନ ଦିଲ୍ଲୀ ସହ ମୁମ୍ବାଇ, ବାଙ୍ଗାଲୋର, କୋଲକାତାରେ ମୁଖ୍ୟତଃ ଏଭଳି ସନରୁଫ ଲଗାଯାଉଥିବାବେଳେ ଏହାକୁ ଲଗାଇବାକୁ କରିବାକୁ ୪ ରୁ ୫ ଘଣ୍ଟା ସମୟ ଲାଗେ | ସାଧାରଣତଃ ସନରୁଫର ମୂଲ୍ୟ ୨୨୦୦୦ ଟଙ୍କା ହୋଇଥିବାବେଳେ ଲେବର ଚାର୍ଜ ୮ ହଜାର ଟଙ୍କା ନିଆଯାଇଥାଏ | ଅର୍ଥାତ ସନରୁଫ ସ୍ଥାପନ କରିବା ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ | ଏହି ଉପାୟରେ, ଆପଣ ମାତ୍ର ୩୦ ହଜାରରେ ଲକ୍ଷ ଲକ୍ଷ ମୂଲ୍ୟର କାରରେ ସନରୁଫ ଲଗାଇପାରିବେ |

ସମ୍ବନ୍ଧିତ ଖବର