‘ସୁପର କ୍ୟାରି’କୁ ୨୦୧୭ର ସିଭି ପୁରସ୍କାର

ଭୁବନେଶ୍ୱର: ମାରୁତି ସୁଜୁକିର ବାଣିଜ୍ୟିକ ଯାନ (ସିଭି) ସୁପର କ୍ୟାରିକୁ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିଛି। ଏହି ଯାନକୁ ଏସ୍‌ସିଭି ଅଫ୍‌ ଦି ଇୟର-୨୦୧୭ ଏବଂ ୨୦୧୭ର ବାଣିଜ୍ୟିକ ଯାନ ପୁରସ୍କାର ମିଳିଛି। କଂପାନିର ଉପସଭାପତି-ଏମ୍‌ଏସ୍‌ ଚ୍ୟାନେଲ୍‌) ରାମ ସୁରେଶ ଅକିଲା ଏବଂ ମହାପ୍ରବନ୍ଧକ-ବାଣିଜ୍ୟିକ ଏବଂ ଗ୍ରାମୀଣ ମାର୍କେଟିଂ ଅରୁଣ ଅରୋରା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗ୍ରାହକମାନଙ୍କ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାର ପ୍ରତିଶ୍ରୁତିକୁ ନଜରରେ ରଖି ମାରୁତି ସୁଜୁକି ଏହାର ସୁପର୍‌ କ୍ୟାରି ଜରିଆରେ ମିନି ଟ୍ରକ୍‌ କାରବାର କ୍ଷେତ୍ରରେ ପ୍ରବେଶ କରିଛି। ଚଳିତ ବର୍ଷ କଂପାନି ୭୩୦୦ ସୁପର କ୍ୟାରି ବିକ୍ରି କରିସାରିଲାଣି। ସୁପର କ୍ୟାରି ଉଭୟ ସିଏନ୍‌ଜି ଏବଂ ଡିଜେଲ୍‌ ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର