‌ଟ୍ରେନ୍‌ ଦୁର୍ଘଟଣାରେ ମୃତ ଇପିଏଫ୍‌ଓ ସଦସ୍ୟଙ୍କ ପରିବାରକୁ ସହାୟତା

ଭୁବନେଶ୍ବର : ବାହାନଗା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇପିଏଫ୍‌ଓ ସଦସ୍ୟ ଜିତେନ୍ଦ୍ର ସାହୁଙ୍କ ପରିବାରକୁ ଭବିଷ୍ୟନିଧି ସଂଗଠନର ଭୁବନେଶ୍ବର କାର୍ଯ୍ୟାଳୟ ତରଫରୁ ଗୋଟିଏ ସପ୍ତାହ ମଧ୍ୟରେ ପିଏଫ୍‌ ପେନସନ୍‌ ଓ ବୀମାରାଶି ପ୍ରଦାନ କରାଯାଇଛି। ଏହାସହ ଭାରତୀୟ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ମୃତକମାନଙ୍କ ମୋବାଇଲ ନମ୍ବର ଆଧାରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଇପିଏଫ୍‌ଓ ତରଫରୁ ମୃତ ବ୍ୟକ୍ତିମାନଙ୍କ ୟୁଏନ୍‌, ଆଧାର ଓ ଭବିଷ୍ୟନିଧି ଖାତା ସଂଖ୍ୟା ଯୁଦ୍ଧକାଳୀନ ଭିତ୍ତିରେ ସଂଗୃହୀତ କରାଯାଇଥିଲା। ତା’ ପରେ ମୃତ ବ୍ୟକ୍ତଙ୍କ ପରିବାରବର୍ଗଙ୍କୁ ଯୋଗଯୋଗ କରି ବ୍ୟାଙ୍କ ଖାତା ଖୋଲିବାରେ ମଧ୍ୟ ସହାୟତା ପ୍ରଦାନ କରାଯାଇ ଦାବିପତ୍ର ସଂଗ୍ରହ କରାଯାଇଥିଲା।ଏହାସହ ସମ୍ପୃକ୍ତ କମ୍ପାନିର ପ୍ରାଧିକୃତ ଅଧିକାରୀଙ୍କଠାରୁ ସ୍ବାକ୍ଷରିତ କରାଯାଇ ଦାବି ସମାଧାନ କରାଗଲା। ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ନ୍ୟାଯ୍ୟ ଦେୟ ପ୍ରଦାନ କରାଯାଇଛି।

ନିୟମାନୁସାରେ, ମୃତ ବ୍ୟକ୍ତଙ୍କ ଦାବି ସମାଧାନ ପାଇଁ ତାଙ୍କର ମୃତ୍ୟୁ ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ସମେତ ବିଭିନ୍ନ କାଗଜପତ୍ରର ଆବଶ୍ୟକ ହୋଇଥାଏ। ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରେଳବାଇ ଓ ଜିଲ୍ଲା ପ୍ରଶାସନ ପାଖରୁ ମିଳିଥିବା ତଥ୍ୟ ଅନୁସାରେ, ନ୍ୟାଯ୍ୟ ପ୍ରାପ୍ୟକୁ ଜିଲ୍ଲା ପ୍ରବର୍ତ୍ତନ ଅଧିକାରୀ ଚିତ୍ତରଂଜନ ସ୍ବାଇଁ, ରଞ୍ଜନ ପଣ୍ଡା, ଅକ୍ଷୟ ମହାପାତ୍ରଙ୍କ ମାଧ୍ୟମରେ ପହଞ୍ଚା ଯାଇଥିଲା।

ସମ୍ବନ୍ଧିତ ଖବର