ଦେବାଳିଆ ଆଇନ ବୈଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଋଣ ପରିଶୋଧ କରୁ ନଥିବା ସଂସ୍ଥା ଗୁଡ଼ିକର ସମ୍ପତ୍ତି ବିକ୍ରି କରି ଅର୍ଥ ଅସୁଲ କରିବା ଲାଗି ପ୍ରଣୟନ ହୋଇଥିବା ଦେବାଳିଆ ଆଇନ ବା ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍‌(ଆଇବିସି)ର ସାମ୍ବିଧାନିକ ବୈଧତାଙ୍କୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିଛନ୍ତି। ଏହି ଆଇନର ବୈଧତାକୁ ବିରୋଧ କରି ହୋଇଥିବା ସମସ୍ତ ଆବେଦନଗୁଡ଼ିକୁ ଅଦାଲତ ଖାରଜ କରିଦେଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସ୍ବିସ୍ ରିବନ୍ସ, ଶିବମ୍ ୱାଟର ଟ୍ରିଟର୍ସ ଭଳି କମ୍ପାନି ସମେତ ଗଣେଶ ପ୍ରସାଦ ପାଣ୍ଡେ ନାମକ ଜଣେ ଆବେଦନକାରୀ ଆଇବିସିର ବିଭିନ୍ନ ଧାରା ଯଥା ଧାରା ୭, ୧୨ ଏବଂ ୧୯କୁ ଚ୍ୟାଲେଞ୍ଜ କରି ଅଦାଲତକୁ ଯାଇଥିଲେ। ବ୍ୟାଙ୍କ ଭଳି ଫାଇନାନ୍ସିଆଲ କ୍ରେଡିଟର୍ସଙ୍କ ଅଧିକାରକୁ ଯେଭଳି ଏହି ଆଇନ ସୁରକ୍ଷା ଯୋଗାଉଛି ଏହି କମ୍ପାନି ଭଳି ଅପରେସନାଲ କ୍ରେଡିଟର୍ସଙ୍କୁ ତାହା ମିଳୁନାହିଁ ବୋଲି ସେମାନେ ଦର୍ଶାଇଥି‌ଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଆମେରିକାର ଚିକିତ୍ସିତ ହେଉଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ସ୍ବାଗତ କରିଛନ୍ତି। ସେ କହିଛନ୍ତି, ବ୍ୟାଙ୍କ ଋଣ ଖିଲାପୀମାନେ ଆଉ ଖସିଯାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର