ଏରିକ୍‌ସନ୍‌କୁ ୪୫୩ କୋଟି ଟଙ୍କା ପରିଶୋଧ ହେବା ପରେ ଅନୀଲ ଅମ୍ବାନିଙ୍କ ଉପରୁ ଉଠିଲା ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ଏରିକ୍‌ସନ୍‌ ଇଣ୍ଡିଆକୁ ୪୫୩ କୋଟି ଟଙ୍କାର ପରିଶୋଧ କରିବା ପରେ ରଲାଏନସ୍‌ କମ୍ୟୁନିକେସନ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନିଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାକୁ ବୁଧବାର ଦିନ ଖାରଜ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ମୁକେଶ ଅମ୍ବାନୀ ଅନୀଲଙ୍କ ଫାର୍ମକୁ ଠିକଣା ସମୟରେ ସହାୟତା ଯୋଗାଇ ଦେବାରୁ ମାର୍ଚ ମାସରେ ରିଲାଏନ୍‌ସ୍‌ କମ୍ୟୁନିକେସନ୍‌ ଏରିକ୍‌ସନ୍‌ର ସମସ୍ତ ବକେୟା ପୈଠ କରିଥିଲା। ରିଲାଏନ୍‌ସ୍‌ ଜିଓକୁ ସମ୍ପତ୍ତି ବିକ୍ରୟ କରିବା ପରେ ବାକି ପଡ଼ିଥିବା ୫୫୦ କୋଟି ଟଙ୍କା ପରିଶୋଧ ନ କରିବାରୁ ଏରିକ୍‌ସନ୍‌ ଇଣ୍ଡିଆ ପିଟିସନ୍‌ ଫାଇଲ୍‌ କରିଥିଲା। ସୁପ୍ରିମ୍‌ କୋର୍ଟ ଅନୀଲ ଏବଂ ତାଙ୍କର ଦୁଇ ନିର୍ଦେଶକ- ରିଲାଏନ୍‌ସ୍‌ ଟେଲିକମ୍‌ର ଅଧ୍ୟକ୍ଷ ସତିଶ ସେଠ୍‌ ଏବଂ ରିଲଏନ୍‌ସ୍‌ ଇନ୍‌ଫ୍ରାଟେଲ୍‌ର ଅଧ୍ୟକ୍ଷା ଛାୟା ବିରାନିଙ୍କ ବିରୋଧଙ୍କୁ ଦୋଷୀ କରିଥିଲେ।

୪ ସପ୍ତାହ ମଧ୍ୟରେ ଏରିକ୍‌ସନ୍‌ ଇଣ୍ଡିଆକୁ ୪୫୩ କୋଟି ଟଙ୍କା ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଅନୀଲ ଏବଂ ଦୁଇ ନିର୍ଦେଶକଙ୍କୁ କହିଥିଲେ। ଏହାକୁ ଅମାନ୍ୟ କଲେ ତିନି ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଅଦାଲତ ସେମାନଙ୍କୁ ଚେତାବନୀ ଦେଇଥିଲେ। ସୁପ୍ରିମ୍‌ କୋର୍ଟ ପ୍ରତ୍ୟେକଙ୍କ ଉପରେ ୧ କୋଟି ଲେଖାଏଁ ଜରିମାନା କରିଥିଲେ।

ସମ୍ବନ୍ଧିତ ଖବର