ଆମ୍ରପାଲିର ୯ ସମ୍ପତ୍ତି ଜବତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଆମ୍ରପାଲି ଗ୍ରୁପ୍‌ ଅଧିନରେ ଥିବା ୪୬ଟି କଂପାନିର କାଗଜପତ୍ର ‌ନୋଏଡା ଓ ଗ୍ରେଟର୍‌ ନୋଏଡାରେ ରଖାଯାଇଛି। ସେହି କାଗଜପତ୍ର ଥିବା ୭ଟି ସମ୍ପତ୍ତି ଜବତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସେହିପରି ବିହାରର ରାଇଗିରି ଓ ବକ୍ସାର୍‌ରେ ଥିବା ଅନ୍ୟ ଦୁଇଟି ସମ୍ପତ୍ତି ଜବତ କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ବିଚାରପତି ୟୁ ୟୁ ଲଳିତ ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ସବୁ ସମ୍ପତ୍ତି ଜବତ କରି କୋର୍ଟର ରେଜିଷ୍ଟାର୍‌ଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। କେବଳ ଅଦାଲତ ନିଯୁକ୍ତ କରିଥିବା ଫୋରେନ୍ସିକ୍ ଅଡିଟର୍‌ ଓ ସେମାନଙ୍କ ପ୍ରତିନିିଧିମାନେ ଏହି ଜବତ ସମ୍ପତ୍ତି ଭିତରେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର