ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମଧ୍ୟରେ ହେଉଥିବା ମିଶ୍ରଣକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟ ମନାକରିଦେଇଛନ୍ତି। ଏହି ମିଶ୍ରଣ ଉପରେ ରୋକ ଲଗାଇବାକୁ ବିଭିନ୍ନ ସରକାରୀ ବ୍ୟାଙ୍କର ଅଫିସର ସଂଘ ଆବେଦନ କରିଥିଲେ। ସେହି ମାମଲାର ଶୁଣାଣି କରି ବିଚାରପତି ଆର୍ ଏଫ୍ ନରିମାନ୍ ଏବଂ ବିନୀତ ସରନ୍ଙ୍କ ଖଣ୍ଡପୀଠ ସବୁ ଆବେଦନକୁ ଖାରଜ କରିଦେଇଛନ୍ତି। ଏପ୍ରିଲ୍ ପହିଲାରୁ ଏହି ତିନି ବ୍ୟାଙ୍କର ମିଶ୍ରଣ କାର୍ଯ୍ୟକାରୀ ହେବ। ନୂଆ ବ୍ୟାଙ୍କକୁ ଆର୍ଥିକ ସ୍ତରରେ ସୁଦୃଢ଼ କରିବା ପାଇଁ ସରକାର ୫୦୪୨ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଏହି ତିନି ବ୍ୟାଙ୍କ ମିଶ୍ରଣ ବିଷୟରେ ସରକାର ଘୋଷଣା କରିଥିଲେ। ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ପରେ ଏହା ହେବ ଦେଶର ତୃତୀୟ ବଡ଼ ବ୍ୟାଙ୍କ। ମୋଟ ପାଂଚଟି ବ୍ୟାଙ୍କକୁ ୨୧,୪୨୮ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ବ୍ୟତୀତ ପିଏନ୍ବି, ୟୁନିଅନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ୍ ବ୍ୟାଙ୍କକୁ ଏହି ପାଣ୍ଠି ମିଳିବ।
ବ୍ୟାଙ୍କ ମିଶ୍ରଣ ଅଟକାଇବାକୁ ମନା କଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2019/03/supreme-court-newsclick.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)