ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଲାଗି ବିତ୍ତ ବିଲ୍ ୨୦୨୧କୁ ଅର୍ଥ ବିଲ୍ ଭାବେ ପାସ୍ କରାଯାଇଥିବା ଏବଂ ସେହି ଅନୁସାରେ ଏଲ୍ଆଇସି ନିୟମରେ ଯେଉଁ ସଂଶୋଧନ ଅଣାଯାଇଛି ସେ ସଂକ୍ରାନ୍ତ ମାମଲାର ଶୁଣାଣି ବୃହତ୍ତର ଖଣ୍ଡପୀଠରେ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ବିତ୍ତ ବିଲ୍ ୨୦୧୭କୁ ମଧ୍ୟ ଅର୍ଥ ବିଲ ଭାବେ ପାସ କରାଯାଇଥିଲା। ସେ ନେଇ ଯେଉଁ ମାମଲା ରୁଜୁ ହୋଇଥିଲା ତାହା ଏବେବି ବିଚାରାଧୀନ ରହିଛି। ଏଲ୍ଆଇସି ମାମଲାରେ ମଧ୍ୟ ସମାନ ଅଭିଯୋଗ ଆସିଛି। ତେଣୁ ଏହି ଧରଣର ମାମଲାର ଶୁଶାଣି ଏକ ବୃହତ୍ତର ଖଣ୍ଡପୀଠରେ ହେବ। ତେବେ ଏଲ୍ଆଇସି ଆଇପିଓକୁ ରୋକିବା ସମ୍ଭବ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ମତରେ ବଡ଼ ଧରଣର ନିବେଶ ହୋଇସାରିଲାଣି। ଏଭଳି ଏକ ସମୟରେ ହସ୍ତକ୍ଷେପ ଠିକ୍ ହେବନି। ତେଣୁ ଏହି ମାମଲାରେ କୌଣସି ପ୍ରକାର ଅନ୍ତରୀଣ ଆଶ୍ବସ୍ତି ଦେବାକୁ ସୁପ୍ରିମ୍ କୋର୍ଟ ମନା କରିଛନ୍ତି। ଏଲ୍ଆଇସି ଆଇପିଓ ଚଳିତ ମାସ ୪ରେ ଆରମ୍ଭ ୯ରେ ବନ୍ଦ ହୋଇଛି। ମେ’ ୧୭ରୁ କଂପାନିର ସେୟାର ଷ୍ଟକ ବଜାର କାରବାରରେ ସାମିଲ ହେବ। ଆଇପିଓ ଜରିଆରେ ସରକାର ଏଲ୍ଆଇସିର ୩.୫% ପୁଞ୍ଜି ପ୍ରତ୍ୟାହାର କରିଛନ୍ତି।
ଏଲ୍ଆଇସି ଆଇପିଓ: ହସ୍ତକ୍ଷେପ କରିବାକୁ ମନା ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2022/04/LIC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)