‘ସୂତ୍ର’ ପ୍ରଦର୍ଶନୀ, ଆରମ୍ଭ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ଡିଜାଇନର୍‌ମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ତାକର୍ଷକ ଡିଜାଇନ୍‌ ଓ ଟ୍ରେଣ୍ଡି ଉତ୍ପାଦଗୁଡ଼ିକୁ ନେଇ ଆଜି ହୋଟେଲ୍‌ ମେ’ଫେୟାରଠାରେ ଉଦ୍‌ଘାଟିତ ହୋଇଛି ଭାରତୀୟ ଫ୍ୟାସନ୍‌ ପ୍ରଦର୍ଶନୀ ‘ସୂତ୍ର’। ପ୍ରଦର୍ଶନୀର ନିର୍ଦ୍ଦେଶକ ମୋନିକା ଓ ଉମେଶ ମାଧ୍ୟାନ୍‌ ଏହି ଅବସରରେ ଉପସ୍ଥିତ ଥିଲେ। ଏଥିରେ ସାରା ଦେଶରୁ ପ୍ରାୟ ୫୦ଜଣ ପ୍ରଦର୍ଶକ ଆସି ନିଜ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରୁଛନ୍ତି। ପାରମ୍ପରିକଠାରୁ ପାଶ୍ଚାତ୍ୟ, ସ୍ମାର୍ଟ କାଜୁଆଲ୍‌ଠାରୁ ଟ୍ରେଣ୍ଡି ଚିକ୍‌, ଆସେସୋରିଜ୍‌ଠାରୁ ଆରମ୍ଭ କରି ଗାର୍‌ମେଣ୍ଟ୍‌ ଓ ଘର ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସ୍ମାର୍ଟ ଜୀବନ ଶୈଳୀର ସମସ୍ତ ଉତ୍ପାଦ ଏଠାରେ ଉପଲବ୍ଧ। ଏଥିରେ ନୂଆଦିଲ୍ଲୀର ଡିଜାଇନର୍‌ ଉତ୍ପାଦ ଡେକୋର୍‌ ଆଣ୍ଡ ମୋର୍‌, ଉତ୍ତର ପ୍ରଦେଶର ବନାରସୀ ହାଟ୍‌, କୋଲ୍କାତାର ଜୋଇ, ମୁମ୍ବାଇର ଲାଲ୍‌ ବେଲାଜ୍‌ ଓ ରାଇପୁରର ପର୍ପଲ୍‌୯ ଆଦି ଉପଲବ୍ଧ। ଏହି ପ୍ରଦର୍ଶନୀ ଆସନ୍ତା କାଲି ଯାଏଁ ଚାଲିବ।

ସମ୍ବନ୍ଧିତ ଖବର