ଭୁବନେଶ୍ୱର: ‘ସୂତ୍ର’ ପକ୍ଷରୁ ଭୁବନେଶ୍ୱରରେ ପୁଣି ଥରେ ଫେସନ୍ ସାମଗ୍ରୀର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ଓ୍ଵିଣ୍ଟର କଲେକ୍ସନ ଉପଲବ୍ଧ କରାଯିବ। ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ପରିସରରେ ଚଳିତମାସ ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖ ଦୁଇ ଦିନ ଧରି ଏହି ପ୍ରଦର୍ଶନୀ ଆୟୋଜିତ ହେବ। ଏଠାରେ ଅତ୍ୟାଧୁନିକ ଫେସନ୍ ସାମଗ୍ରୀ ସହିତ ଲାଇଫ୍ ଷ୍ଟାଇଲ୍ ଉତ୍ପାଦ ଉପଲବ୍ଧ ହେବ। ଦେଶରେ ଫେସନ୍ ସାମଗ୍ରୀ କ୍ଷେତ୍ରରେ ଆସିଥିବା ନୂଆ ନୂଆ ସାମଗ୍ରୀ ଏଠାରେ ମିଳିବ । ଆସନ୍ତା ପ୍ରଦର୍ଶନୀରେ ଦେଶର ବିଭିନ୍ନ ଭାଗର ଫେସନ ଡିଜାଇନର ସାମଗ୍ରୀ ଯଥା ନୂଆଦିଲ୍ଲୀର ଡେକୋର ଆଣ୍ଡ୍ ମୋର୍, ଉତ୍ତର ପ୍ରଦେଶର ବନାରସୀ ହାଟ, କୋଲକାତାର ଜୋଇ, ମୁମ୍ବାଇର ଲା ବେଲାଜ୍, ରାୟପୁରର ଖନୁଜା ଫେବ୍ରିକ୍ସ, ମୁମ୍ବାଇର ଆଲାନ୍କ୍ରିଟ୍, ଗୁଜରାଟର ଦେବାଂଶୀ କ୍ରିଏସନ୍ ସମେତ କଟକର ଗହଣା ମଧ୍ୟ ଉପଲବ୍ଧ କରାଯିବ। ୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଗୃହ ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ଲାଇଫଷ୍ଟାଇଲ୍ ଉତ୍ପାଦ, ଆସେସୋରିଜ୍ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସାମଗ୍ରୀ ଏଠାରେ ମିିଳିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି।
୩୧ରୁ ଭୁବନେଶ୍ୱରରେ ‘ସୂତ୍ର’ର ପ୍ରଦର୍ଶନୀ
/sambad/media/post_attachments/wp-content/uploads/2018/01/EV272469_bn_20180119153250.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)