ସୂତ୍ର ପ୍ରଦର୍ଶନୀ ୨୮ରୁ ଆରମ୍ଭ ହେବ

ଭୁବନେଶ୍ବର: ସୂତ୍ର ଫେସନ୍ ପ୍ରଦର୍ଶନୀ ଚଳିତ ମାସ ୨୮ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଜୟଦେବ ବିହାର ନିକଟସ୍ଥ ହୋଟେଲ୍‌ ପାଲ୍ ହାଇଟସ୍‌ରେ ଆୟୋଜନ କରାଯିବ। ମହିଳାମାନଙ୍କ ସବୁ ପ୍ରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀରେ ସାମଗ୍ରୀ ସାମିଲ କରାଯିବ। ଏହି ପ୍ରଦର୍ଶନୀରେ ଟିବିଜେଡ୍, ପାକିଜା ଦୁବାଇ, ପ୍ରିନ୍‌ସେସୋରିଜ୍, ଦୁହିତା ଭଳି ଲୋକପ୍ରିୟ ଡିଜାଇନ୍‌ର ଅଂଶଗ୍ରହଣ କରିବେ। ପାଖାପାଖି ୬୦ ପ୍ରଦର୍ଶନୀକାରୀ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶିତ କରିବେ। ପ୍ରଦର୍ଶନୀରେ ୱେଷ୍ଟର୍ଣ୍ଣ ଓୟାର, ସ୍ମାର୍ଟ କାଜୁଆଲ, ଟ୍ରେଣ୍ଡି ଚିକ୍, ହୋମ୍ ଡେକର୍‌ ଏବଂ ଜୀବନଶୈଳୀ ଉତ୍ପାଦଗୁଡ଼ିକ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର