ଭୁବନେଶ୍ବର : ସୂତ୍ର ପକ୍ଷରୁ ଭୁବନେଶ୍ବରରେ ଦୁଇ ଦିନିଆ ଫ୍ୟାସନ୍ ଓ ଲାଇଫଷ୍ଟାଇଲ ସାମଗ୍ରୀର ପ୍ରଦର୍ଶନୀ ହୋଟେଲ ମେ ଫେୟାର ଲାଗୁନରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ପ୍ରଦର୍ଶନୀରେ ସର୍ବାଧୁନିକ ଫାସନ ସାମଗ୍ରୀକୁ ଲୋକମାନେ ଦେଖିବାକୁ ପାଇବେ। ଡିଜାଇନର ଶାଢ଼ି ଠାରୁ ଆରମ୍ଭ କରି ମାକ୍ସି ସ୍କର୍ଟସ, ଗାଉନ୍ସ, ରିସର୍ଟ ୱିୟର, ପାର୍ଟି ୱିୟର, କିଡ୍ସ ୱିୟର, ସ୍କାର୍ଫ, ଏଥନିକ ୱିୟର, ହଲିଡେ ୱିୟର, ଜୋତା, ସମର କଲେକ୍ସନ, ବ୍ୟାଗ୍, ହେୟାର ଆକ୍ସେସୋରିଜ, କାନଫୁଲ, ଚୁଡ଼ି, ଘରସଜ୍ଜା ସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ, ଗହଣା ଆଦି ଉପଲବ୍ଧ ହେବ। ପିଟାରା, ସାଇ କ୍ରିଏସନ୍ସ, ରିଷବ କଲେକ୍ସନ, ଜେମ୍ସ ଆଣ୍ଡ୍ ଜୁଏଲ୍ସ, ୟୋର କଲେକ୍ସନ, ବାଲାଜୀ, ଆଦ୍ବିତ ବୁଟିକ, ଗୋଧୂଳି, ପୋସ୍ ଆଫେୟାର, ପାଣ୍ଡୋରାସ୍ ଆର୍ଟ ଜୁଏଲାରି, ବିଭାନ କ୍ରିଏସନ୍ସ ଏବଂ ଫ୍ଲାଇଂ ଟର୍ଟଲ ଆଦି କଲେକ୍ସନ ଏଠାରେ ପ୍ରଦର୍ଶିତ ହେବ।
‘ସୂତ୍ର’ର ଦୁଇଦିନିଆ ପ୍ରଦର୍ଶନୀ ୨୨ରୁ
/sambad/media/post_attachments/wp-content/uploads/2021/03/Snapster-102.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)