ସୁଜୁକି ବାଇକ୍‌, ସ୍କୁଟର ଉପରେ ଅଫର

ଭୁବନେଶ୍ୱର: କଟକର ଲିଙ୍କ୍‌ ରୋଡ୍‌୍‌ଠାରେ ଥିବା ଶ୍ରୀ ମହାବୀର ସୁଜୁକି ପକ୍ଷରୁ କଂପାନିର ବିଭିନ୍ନ ବାଇକ୍‌ ଏବଂ ସ୍କୁଟର ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ମାର୍ଚ ମାସରେ ଗାଡ଼ି କିଣିଲେ ଗ୍ରାହକମାନେ ବହୁ ଆକର୍ଷଣୀୟ ଅଫର ପାଇବେ ବୋଲି ଏହାର ମହାପ୍ରବନ୍ଧକ ପି କେ ମହାନ୍ତି କହିଛନ୍ତି। ଗ୍ରାହକମାନେ ଏହି ଅବସରରେ ଗାଡ଼ି କିଣିଲେ ମାଗଣାରେ ଏକ ସୁଜୁକି ଓ୍ଵିଣ୍ଡ୍‌ଚିଟର୍‌ ପାଇବେ। ପ୍ରତି ଖରିଦ ଉପରେ ଆକର୍ଷଣୀୟ ମାଗଣା ଉପହାର ରହିଛି। ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ। ଗ୍ରାହକମାନେ ସହଜ ଫାଇନାନ୍ସ ଏବଂ କମ୍‌ ସୁଧରେ ଗାଡ଼ି କିଣିବାର ସୁବିଧା ପାଇବେ। ସରକାରୀ, ବ୍ୟାଙ୍କ ଏବଂ କର୍ପୋରଟ୍‌ କ୍ଷେତ୍ରର କର୍ମଚାରୀଙ୍କୁ ୨୫୦୦ ଟଙ୍କା ପର୍ଯ୍ୟନ୍ତର ସ୍ୱତନ୍ତ୍ର ଅଫର ମିଳିବ।

ସମ୍ବନ୍ଧିତ ଖବର