୬ମାସ ମଧ୍ୟରେ ବିକ୍ରି ହେଲାନି ଗୋଟିଏ ୟୁନିଟ, ଏବେ ବନ୍ଦ ହେବାକୁ ଯାଉଛି ସୁଜୁକିର ଏହି ବାଇକ୍

ନୂଆଦିଲ୍ଲୀ: ୬ମାସ ମଧ୍ୟରେ ବିକ୍ରି ହେଲାନି ଗୋଟିଏ ବି ୟୁନିଟ। ଏବେ ଭାରତରେ ବନ୍ଦ ହେବାକୁ ଯାଉଛି ସୁଜୁକି ଇଣ୍ଟ୍ରୁଡର୍ ବାଇକ୍। ଜାପାନର ଅଟୋମୋବାଇଲ କମ୍ପାନି ସୁଜୁକି ୨୦୧୭ରେ ନୂତନ ଡିଜାଇନ ସହ ଯୁବପିଢ଼ିଙ୍କୁ ପସନ୍ଦ ଆସିବା ଭଳି ବାଇକ ସୁଜୁକି ଇଣ୍ଟ୍ରୁଡର୍ ୧୫୫ ଭାରତରେ ଲଞ୍ଚ କରିଥିଲା ​। ବର୍ତ୍ତମାନ କମ୍ପାନି ଏହି ବାଇକର ବିକ୍ରି ଭରତରେ ବନ୍ଦ କରିବାକୁ ଯାଉଛି। ଏବେ ଆପଣ ଚାହୁଁଥିଲେ ବି ଏହି ବାଇକକୁ କିଣି ପାରିବେ ନାହିଁ।

ସୁଜୁକି ଇଣ୍ଟ୍ରୁଡର୍ ୧୫୫ର ବିକ୍ରି ବନ୍ଦ କରିବାର ମୁଖ୍ୟ କାରଣ ହେଉଛି ଭାରତରେ ଏହି ବାଇକର ବିକ୍ରି ହୋଇପାରୁନାହିଁ। ଡିସେମ୍ବର ୨୦୨୧ରୁ ମେ ୨୦୨୨ମଧ୍ୟରେ, ଏହାର ଗୋଟିଏ ୟୁନିଟ୍ ମଧ୍ୟ ବିକ୍ରି ହୋଇନାହିଁ। ନଭେମ୍ବର ପୂର୍ବରୁ, ଏହି ବାଇକର ମାତ୍ର ୧୬ୟୁନିଟ୍ ବିକ୍ରି ହୋଇଥିଲା। ବିକ୍ରି ନହେବା ପଛରେ ଅନେକ କାରଣ ରହିଥିବା ବେଳେ ପ୍ରଥମ କାରଣ ହେଉଛି ସୁଜୁକି ଇଣ୍ଟ୍ରୁଡର୍ ୧୫୫ ଡିଜାଇନ୍ ଭାରତୀୟ ସଡ଼କ ପାଇଁ ଉପଯୁକ୍ତ ନୁହେଁ। ବାଇକର ଆଗ ପାର୍ଶ୍ୱ ପ୍ୟାନେଲଗୁଡିକ ଆକର୍ଷଣୀୟ ଦେଖାଯାଉଥିଲେ ବି ଏହି ଡିଜାଇନ୧୫୫ସିସିର ବାଇକକୁ ଅଧିକ ଓଜନିଆ କରିଦେଇଛି। ଏହିସବୁ କାରଣରୁ ଲୋକମାନେ ସୁଜୁକି ଇଣ୍ଟ୍ରୁଡର୍ ୧୫୫କୁ ଅଧିକ ପସନ୍ଦ କରୁନଥିବା ସାମ୍ନାକୁ ଆସିଛି। ବାଇକର ଡିଜାଇନ ଭଲ ଥିଲେ ବି ଭାରତୀୟ ବଜାରରେ ଲେ‌ାକେ ଏହାକୁ ଗ୍ରହଣ କରିପାରିନଥିବାରୁ ଏହାର ବିକ୍ରି ବନ୍ଦ ହୋଇଯାଇଥିବା କୁହାଯାଉଛି।

ତେବେ ଭାରତୀୟ ବଜାରରେ ସୁଜୁକି ଇଣ୍ଟ୍ରୁଡର୍ ୧୫୫ର ବିକ୍ରି ଅବସ୍ଥା ଦେଖି ଜାପାନର ଅଟୋମୋବାଇଲ କମ୍ପାନି ସୁଜୁକି ଏହାର ବିକ୍ରିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର