ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିଯିବ। ଏହି ମିଶ୍ରଣ ପ୍ରସ୍ତାବକୁ ଏନ୍ସିଏଲ୍ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ) ମଞ୍ଜୁରି ପ୍ରଦାନ କରିଛି। ଏନ୍ସିଏଲ୍ଟି ନୂଆଦିଲ୍ଲୀର ୨ ଜଣିଆ ଖଣ୍ଡପୀଠ ଯଥା ସଭାପତି ରାମଲିଙ୍ଗମ୍ ସୁଧାକର ଏବଂ ସଦସ୍ୟ ରବୀନ୍ଦ୍ର ଚତୁର୍ବେଦୀ ଏହି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି।
୨୦୨୫ ଏପ୍ରିଲ ପହିଲାରୁ ଏହି ମିଶ୍ରଣ ପ୍ରଭାବୀ ହେବ ବୋଲି ଜଣାଯାଇଛି। ମିଶ୍ରଣ ଯୋଜନାରେ କୌଣସି ପ୍ରତିବନ୍ଧକ ନାହିଁ। ଆୟକର ବିଭାଗ ଏବଂ ଅହମଦାବାଦସ୍ଥିତ ଅଫିସିଆଲ ଲିକ୍ବିଡେଟରଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ। ସେହିଭଳି ୩୦ ଦିନର ଧାର୍ଯ୍ୟ ସମୟ ମଧ୍ୟରେ ରିଜର୍ଭ ବ୍ୟାଙ୍କ, ସେବି, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ। ତେଣୁ ଏମାନଙ୍କର କିଛି ଅଭିଯୋଗ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/sfhshfshshf-2025-11-10-01-33-19.jpg)