ସ୍ବଦେଶୀ ଜାଗରଣ ମଞ୍ଚର ବଜେଟ୍‌ ଆଲୋଚନା

ଭୁବନେଶ୍ବର: ସ୍ବଦେଶୀ ଜାଗରଣ ମଞ୍ଚ ଓଡ଼ିଶା ଶାଖା ତରଫରୁ ରେଡ୍‌କ୍ରସ୍‌ ଭବନ ଠାରେ ରାଷ୍ଟ୍ରୀୟ ସୁରକ୍ଷା ଓ ବଜେଟ୍ ୨୦୧୯-୨୦କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ‌ହୋଇଯାଇଛି। ମଞ୍ଚର ପ୍ରାନ୍ତ ସଂଗଠକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ଓ ସହ ସଂଯୋଜକ ଡକ୍ଟର ଆଶୁତୋଷ ମୁଖାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ପୁଲ୍‌ୱାମାରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପଟିଆ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଆଲୋଚନା କରିବା ସହ ପାକିସ୍ତାନ ଓ ଚୀନ୍‌ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମତ ଦେଇଥିଲେ। ମୁଖ୍ୟ ଅତିଥି ଡକ୍ଟର କ୍ଷିତି ଭୂଷଣ ଦାଶ ବଜେଟ୍‌ ୨୦୧୯-୨୦ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଯୁବ ଅର୍ଥନୀତିଜ୍ଞ ସଦାଶିବ ମିଶ୍ର, ପ୍ରଧ୍ୟାପିକା ଡକ୍ଟର ଗାର୍ଗୀ ଚାଟାର୍ଜୀ ଓ ମଞ୍ଚର ଭୁ‌ବନେଶ୍ବର ମହାନଗର ସଂଯୋଜକ ବିଜୟ କୁମାର ରାଉତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର