ସ୍ବରାଜ ଟ୍ରାକ୍ଟର କୃଷି ଯନ୍ତ୍ରାଂଶ ପ୍ରଦର୍ଶନୀ

ଭୁବନେଶ୍ବର: ସ୍ବରାଜ ଟ୍ରାକ୍ଟର ଓ ଏହାର ଭୁବନେଶ୍ବରସ୍ଥିତ ସ୍ବୀକୃତିପ୍ରାପ୍ତ ଡିଲର ଓଡ଼ିଶା ମୋଟର୍ସ ଆଣ୍ଡ ଟ୍ରାକ୍ଟର୍ସ ପକ୍ଷରୁ ଖୋର୍ଧା ଜିଲ୍ଲାର କୃଷକମାନଙ୍କର ଏକ ସମ୍ମିଳନୀ ସହିତ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ବରାଜ ଟ୍ରାକ୍ଟରର ଗ୍ରାହକମାନଙ୍କୁ ଲକି ଡ୍ର ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବରାଜ ଟ୍ରାକ୍ଟର ଏରିଆ ମ୍ୟାନେଜର ଅଗ୍ନିଶ କୁମାର, ସର୍ଭିସ ଇଂଜିନିଅର ଅଂକିତ ରୟ, ଡିଲର ପ୍ରିନ୍ସିପାଲ ମନୀନ୍ଦ୍ର କୁମାର ସାମଲ ଓ ଇପସା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଗ୍ରାହକମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର