ଭୁବନେଶ୍ୱର : କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ‘ସ୍ୱର୍ଣ୍ଣ ପ୍ରାଶନ' ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି ବେଦାନ୍ତ ଆଲୁମିନିୟମ୍ । ଏହା କଳାହାଣ୍ଡିର ୧୦ଟି ବିଦ୍ୟାଳୟର ଏବଂ ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ବ୍ରଜବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ ଓ ଡାକ୍ତର କ୍ଷେତେରା କାଣ୍ଡ ଓ ବ୍ରଜବିହାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ ।
‘ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀ ଘୋଷଣା କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଛି ଏବଂ ଆଉ ଦୁଇଟି ଜିଲ୍ଲା ଯଥା ରାୟଗଡ଼ା ଓ କୋରାପୁଟକୁ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/24/DqkZ7jLfPOju78xDtHDL.jpeg)