୪ ବର୍ଷରେ ସ୍ବସ୍ତି ଚିଲିକା ରିସୋର୍ଟ: ପ୍ରାକୃତିକ ପରିବେଶରେ ମିଳୁଛି ଅତ୍ୟାଧୁନିକ ସୁବିଧା

ଅତିଥିଙ୍କୁ ଗୁଣାତ୍ମକ ସେବା ଆମର ପ୍ରାଥମିକତା : ଜେ କେ ମହାନ୍ତି

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ର‌ରେ ଚିଲିକାର ସ୍ଥାନ ସ୍ବତନ୍ତ୍ର। କିନ୍ତୁ ଚିଲିକା ନିକଟରେ ବିଳାସପୂର୍ଣ୍ଣ ହୋଟେଲ୍‌ ଓ ରିସୋର୍ଟର ଅଭାବ ଥିବାରୁ ବହୁ ପର୍ଯ୍ୟଟକ ରାତ୍ରି ରହଣୀ ପାଇଁ ବାଧ୍ୟ ହୋଇ ଭୁବନେଶ୍ବର ଉପରେ ନିର୍ଭର କରୁଥିଲେ। ଏହି ଅଭାବବୋଧକୁ ପୂରଣ କରିବା ପାଇଁ ଆଗେଇ ଆସିଥିଲା ସ୍ବସ୍ତି ଗ୍ରୁପ୍‌। ଚିଲିକା ନିକଟରେ ଏକ ବିଶ୍ବସ୍ତରୀୟ ବିଳାସପୂର୍ଣ୍ଣ ଇକୋ-ରିସୋର୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ନିର୍ମାଣ ହୋଇଥିଲା ‘ସ୍ବସ୍ତି ଚିଲିକା ରିସୋର୍ଟ’। ୨୦୧୭ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ମାତ୍ର ଚାରି ବର୍ଷରେ ଏହି ରିସୋର୍ଟ କେବଳ ପର୍ଯ୍ୟଟକଙ୍କ ପାଇଁ ନୁହେଁ, ଏକ ୱେଡିଂ ଡେଷ୍ଟିନେସନ୍ ଭାବେ ବେଶ୍‌ ପ୍ରସିଦ୍ଧି ହାସଲ କରିଛି।

ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତିଙ୍କ ସୂଚନା ଅନୁଯାୟୀ ଚିଲିକା ନିକଟରେ ବିଶ୍ବସ୍ତରର ରିସୋର୍ଟ ପ୍ରସ୍ତୁତ କରି ସେଥିରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ପ୍ରଦାନ କରିବା ଥିଲା ସ୍ବସ୍ତି ଗ୍ରୁପ୍‌ର ମୁଖ୍ୟ ଲକ୍ଷ୍ୟ। ୪ ବର୍ଷରେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଆମେ ଯଥାସାଧ୍ୟ ଉଦ୍ୟମ କରିଛୁ। ଏଠାରେ ଏକ ପ୍ରାକୃତିକ ପରିବେଷ୍ଟନୀ ଭିତରେ ଆଧୁନିକ ସୁବିଧାସୁଯୋଗ ଖଞ୍ଜି ଦିଆଯାଇଛି। ଫଳରେ ସବୁ ବର୍ଗ ଓ ସବୁ ବୟସର ଲୋକ ଏଠାରେ ପ୍ରାକୃତିକ ପରିବେଶ ପାଇବା ସହ ଦୈନନ୍ଦିନ ବ୍ୟସ୍ତବହୁଳ ସହରୀ ଜୀବନରୁ କିଛି ସମୟ ସେଠାକୁ ଯାଇ ଶାନ୍ତିରେ ସମୟ ଅତିବାହିତ କରିପାରୁଛନ୍ତି। ଥାଇଲାଣ୍ଡ୍‌ର ସ୍ଥପତି ଏହି ରିସୋର୍ଟର ନକ୍ସା ଆଙ୍କିଥିଲେ। ଏଠାରେ ରହୁଥିବା ଅତିଥିମାନଙ୍କୁ ଗୁଣାତ୍ମକ ଆତିଥେୟତା ଯୋଗାଇବାରେ କୌଣସି ସାଲିସ୍ କରାଯାଏ ନାହିଁ।

ସ୍ବସ୍ତି ଚିଲିକା ରିସୋର୍ଟରେ ଆରାମଦାୟକ ପରିବେଶରେ ରହିବା ସହ ଅତିଥିମାନେ ବିଭିନ୍ନ ଦେଶୀ, ବିଦେଶୀ ଖାଦ୍ୟ ବିଶେଷ କରି ସାମୁଦ୍ରିକ ଖାଦ୍ୟର ମଜା ନେଇପାରୁଛନ୍ତି। ଏଠାରେ ଯୋଗ, ଧ୍ୟାନ, ଜଗିଂ, ସାଇକେଲିଂ, ସ୍ପାର ସୁବିଧା ରହିଛି। ରିସୋର୍ଟର ଆକର୍ଷଣୀୟ ଲ୍ୟାଣ୍ଡ୍‌ସ୍କେପିଂ, ଗେମ୍ ଜୋନ୍ ଅତିଥିମାନଙ୍କୁ ନିଆରା ଖୁସି ପ୍ରଦାନ କରୁଛି। ସୂଚନାଯୋଗ୍ୟ, ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ଭୁବନ‌େଶ୍ବରରେ ହୋଟେଲ୍‌ ସ୍ବସ୍ତି ଓ ସ୍ବସ୍ତି ପ୍ରିମିୟମ୍‌, ଗୋପାଳପୁରରେ ସ୍ବସ୍ତି ପାମ୍‌ ରିସୋର୍ଟ ଚାଲୁ ରହିଛି। ଆଗାମୀ ଦିନରେ ପୁରୀ ଓ ଗୋପଳପୁରରେ ବିଳାସପୂର୍ଣ୍ଣ ହୋଟେଲ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର