ନୂଆଦିଲ୍ଲୀ: ସମୟସମୟରେ ମଜାମଜାରେ ଗ୍ରାହକ କରିଥିବା  ଇଚ୍ଛାକୁ କମ୍ପାନି ପୂରଣ କରିଥାଏ। ନିକଟରେ ସ୍ବିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି।

Advertisment

ସ୍ବିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ବିଟ କରିଥିଲା। ଏଥିରେ  ସ୍ବିଗି ଲେଖିଥିଲା, ଚଳିତ ବର୍ଷ ମଧ୍ୟରେ ଆପଣ କେଉଁ ଜିନିଷ କିଣି ପାରି ନାହାନ୍ତି, ତାହା ଆମକୁ ଜଣାନ୍ତୁ। ଆମେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ।’

ସ୍ବିଗି ଇନଷ୍ଟାମାର୍ଟର ଏହି ପୋଷ୍ଟ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାର କରି କମେଣ୍ଟ ବକ୍ସରେ ନିଜନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଥିଲେ।

ଏଥିମଧ୍ୟରୁ କନଜାରକଲେସ ନାମକ ଆଇଡିରୁ ହିମାଶୁଂ ବଂଶଲ ନାମ ବ୍ୟକ୍ତି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ହଁ ଏବର୍ଷ କୌଣସି ମୁହୂର୍ତ୍ତରେ ମୁଁ ଗରମ ଅନୁଭବ କରିବାକୁ ଚାହୁଁଛି।’

ଗ୍ରାହକଙ୍କ ଠାରୁ ଏଭଳି ପ୍ରତିକ୍ରିୟା ପାଇବା ପରେ ସ୍ବିଗି ଏଜେଣ୍ଟ ବ୍ୟାଣ୍ଡ-ବାଜା ଧରି ହଠାତ ହିମାଂଶୁଙ୍କ ଘରେ ପହଞ୍ଚିଯାଇଥିଲେ। ବ୍ୟାଣ୍ଡ-ବାଜା ଶବ୍ଦ ଶୁଣି ଯେମିତି ହିମାଂଶୁ ଘରୁ ବାହାରିଥିଲେ ତାଙ୍କୁ ଫୁଲମାଳ ପିନ୍ଧାଇ ଏକ ହିଟର ଉପହାରରେ ଦେଇଥିଲେ ସ୍ବିଗି ଏଜେଣ୍ଟ। ଗ୍ରାହକଙ୍କ ପ୍ରତି ସ୍ବିଗିର ଏଭଳି କାମକୁ ସାଧାରଣରେ ବେଶ ପ୍ରଂଶସା କରାଯାଉଛି।