ଆସିଲା ହ୍ଵାଟ୍‌ସଆପ୍‌ର ନୂଆ ଫିଚର: କେବଳ ଗୋଟିଏ ବଟନ୍‌ ଟିପିଲେ ଭଏସ୍‌ କଲ୍‌ ହୋଇଯିବ ଭିଡିଓ କଲ୍‌

ଲଣ୍ଡନ: ଏବେ କଥା ହେବା ପ୍ରକ୍ରିୟାକୁ ଆହୁରି ସୁବିଧା କରିବାକୁ ଯାଉଛି ହ୍ଵାଟ୍‌ସଆପ୍‌ । ହ୍ଵାଟ୍‌ସଆପ୍‌ ତାର ବିଟା ସଂସ୍କରଣରେ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି, ଯାହାଦ୍ୱାରା ବ୍ୟବହାରକାରୀମାନେ ଭଏସ କଲ କରିବା ସମୟରେ ଗୋଟିଏ ବଟନ ଦବାଇ ଏହାକୁ ଭିଡ଼ିଓ କଲକୁ ରୂପାନ୍ତରିତ କରିପାରିବେ । ଏଥି ପାଇଁ ବ୍ୟବହାରକାରୀ ମାନଙ୍କୁ ହ୍ଵାଟ୍‌ସଆପ୍‌ର ବେଟା ସଂସ୍କରଣରେ ସାଇନ୍‌ ଇନ୍‌ କରିବାକୁ ହେବ ।

NDTV Gadgets

ରିପୋର୍ଟ ଅନୁଯାୟୀ, ଯଦି ଆପଣ ଭଏସ କଲ କରିବା ସମୟରେ ଭିଡ଼ିଓ କଲ କରିବାକୁ ଇଚ୍ଛା ହୁଏ ତେବେ ଆପଣ ଫୋନକୁ ନ କାଟି ଗୋଟେ ବଟନ ଦବାଇ ଏହାକୁ ଭିଡ଼ିଓ କଲକୁ ବଦଳାଇ ପାରିବେ। । ଏହି ବଟନକୁ ଦବାଇବା ପରେ ଅନ୍ୟ ପଟେ ଥିବା ବ୍ୟକ୍ତିଙ୍କୁ ଏକ ନୋଟିଫିକେସନ୍‌ ଯିବ । ଯେଉଁଥିରେ ସେମାନେ ଆପଣ ପଠାଇଥିବା ଭିଡ଼ିଓ କଲ ପ୍ରସ୍ତାବକୁ ଗ୍ରହଣ କରିବାକୁ ଚାହଁଛନ୍ତି କି ନାହିଁ ପଚରା ଯାଇଥିବ । ଯଦି ଅନ୍ୟ ପଟେ ଥିବା ବ୍ୟକ୍ତି ଆପଣଙ୍କର ଅନୁରୋଧକୁ ଗ୍ରହଣ କରେ ତେବେ ଯାଇ ଆପଣ ତାଙ୍କ ସହ ଭିଡ଼ିଓ କଲ କରି କଥା ହୋଇ ପାରିବେ । ଯଦି ସେ ଗ୍ରହଣ ନ କରନ୍ତି ତେବେ ଆପଣଙ୍କ ଭଏସ କଲ ଜାରି ରହିବ ।

BGR India

ହ୍ଵାଟ୍‌ସଆପ୍‌ରେ ବର୍ତ୍ତମାନ ଥିବା ସଂସ୍କରଣ ଅନୁଯାୟୀ, ଯଦି ଆପଣ ଭିଡ଼ିଓ କଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭଏସ କଲ କାଟିଲେ ହିଁ ତାହା କରି ପାରିବେ । ଏହି ନୂଆ ସଂସ୍କରଣ ଆସିବା ଦ୍ୱାରା ବ୍ୟବହାରକାରୀମାନଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହା ସହ ଏହି ନୂଆ ସଂସ୍କରଣ ଆସିବା ଦ୍ୱାରା ଭବିଷ୍ୟତରେ ଗ୍ରୁପ ଭଏସ କଲର ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର