ଭୁବନେଶ୍ବର : ସିଣ୍ଡିକେଟ୍ ବ୍ୟାଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବସରରେ ବ୍ୟାଙ୍କର ମୋଟ କାରବାର ପରିମାଣ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଲାଭ ପରିମାଣ ୪୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ଗତବର୍ଷ ଏହି ସମୟରେ ୧୦୮ କୋଟି ଟଙ୍କା ଥିଲା। ସୁଧ ଆୟ ୧୬% ବୃଦ୍ଧି ପାଇ ୧୮୭୧ କୋଟି ଟଙ୍କା ହୋଇଛି। କାସା ଜମାରେ ୮.୧୩ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବ୍ୟାଙ୍କର ଏନ୍ପିଏ ପରିମାଣ ୫.୯୪%କୁ ହ୍ରାସ ପାଇଛି।
ସିଣ୍ଡିକେଟ୍ ବ୍ୟାଙ୍କ କାରବାର ୫ ଲକ୍ଷ କୋଟି ଟପିଲା
/sambad/media/post_attachments/wp-content/uploads/2020/02/Syndicate-Bank.jpg)