ସିଣ୍ଡିକେଟ୍ ବ୍ୟାଙ୍କର ନୂଆ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର: ସିଣ୍ଡିକେଟ୍ ବ୍ୟାଙ୍କ, ଭୁବନେଶ୍ୱର କ୍ଷେତ୍ର-୧ର ନୂତନ କ୍ଷେତ୍ରୀୟ ମୁଖ୍ୟ ରୂପେ ମୁରଲୀଧର ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥି ସହିତ ସେ ମଧ୍ୟ ଓଡିଶାର ଉପ-ଆଞ୍ଚଳିକ ପ୍ରବନ୍ଧକ ଦାୟିତ୍ୱ ତୁଲାଇବେ। ଶ୍ରୀ ବେହେରା ବ୍ୟାଙ୍କରେ୧୯୮୫ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦ ପଦବିରେ ସେ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ବେହେରା କୋଲକାତା ଜୋନାଲ ଅଫିସ୍‌ରେ ସହାୟକ ମହାପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରର ବିକାଶ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିବେ ବୋଲି ଶ୍ରୀ ବେହେରା ଏହି ଅବସରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର