ଭୁବନେଶ୍ବର: ନିବେଶକମାନେ ଏବେ ତଥ୍ୟ ଆଧାରିତ ନିଷ୍ପତ୍ତି ଓ ଏକ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ପ୍ରକ୍ରିୟାର ଏକ ମିଶ୍ରଣ ଚାହୁଛନ୍ତି। ସେଭଳି ନିବେଶକମାନଙ୍କ ଲାଗି ପ୍ରସ୍ତୁତ ହୋଇଛି ସିଷ୍ଟମେଟିକ୍ ଆକ୍ଟିଭ୍ ଇକ୍ବିଟି (ଏସ୍‌ଏଇ)। ଏହା ହେଉଛି ଏକ ନିବେଶ ଦୃଷ୍ଟିକୋଣ ଯାହା ତଥ୍ୟ ଆଧାରରେ ପୋର୍ଟଫୋଲିଓ ଗଠନ କରିବା ଉପରେ ଧ୍ୟାନ ଦେଉଛି। ତେଣୁ ଏହା ପାରମ୍ପରିକ ଆକ୍ଟିଭ୍ ଫଣ୍ଡ୍‌ ଓ ପାସିଭ୍‌ ଫଣ୍ଡ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ସବୁଠୁ ବଡ଼ ଗୁଣ ହେଉଛି ଏହା କ୍ରେଡିଟ୍ କାର୍ଡ କାରବାର, ନିଯୁକ୍ତି ଏବଂ ଅନ୍‌ଲାଇନ୍ କାର୍ଯ୍ୟକଳାପ ଭଳି ବିକଳ୍ପ ତଥ୍ୟ ବିଚାରକୁ ନେଇଥାଏ।

Advertisment

ଏହି ସବୁ ତଥ୍ୟରୁ ଗ୍ରାହକଙ୍କ ଆଚରଣ ବିଷୟରେ ଜଣାପଡ଼େ ବୋଲି ଜିଓବ୍ଲାକ୍‌ରକ୍‌ର ଚିଫ୍ କ୍ଲାଏଣ୍ଟ୍‌ ଅଫିସର କୋମଳ ନାରଙ୍ଗ କହିଛନ୍ତି। ଏସ୍‌ଏଇରେ ପ୍ରଥମରୁ ବିପଦ ପରିଚାଳନା ଓ ଖର୍ଚ୍ଚ ସଚେତନତା ଉପରେ ଧ୍ୟାନ ଦିଆଯାଇଥାଏ। ବ୍ଲାକ୍‌ରକ୍‌ର ନିଜସ୍ବ ଆଲାଦିନ ପ୍ଲାଟଫର୍ମକୁ ଏଥିରେ ବ୍ୟବହାର କରାଯାଉଛି ଯାହା ପୋର୍ଟଫୋଲିଓ, ବିପଦ ଓ ନିବେଶର ପରିଚାଳନାକୁ ସମନ୍ବିତ କରିଛି। ଜିଓବ୍ଲାକ୍‌ରକ୍ ଫ୍ଲେକ୍ସି କ୍ୟାପ୍‌ ଫଣ୍ଡ୍‌ ସହ ‘ଏସ୍‌ଏଇ’ ଆରମ୍ଭ କରାଯାଇଛି। ଏହା ଏକ ତଥ୍ୟ ଆଧାରିତ ନିବେଶ ମାଧ୍ୟମ ହୋଇଥିବାରୁ ଭାରତୀୟ ନିବେଶକମାନଙ୍କୁ ଏହା ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି ବୋଲି ଶ୍ରୀ ନାରଙ୍ଗ କହିଛନ୍ତି। ସ୍ମାର୍ଟ ଫୋର୍ଟଫୋଲିଓ ଗଠନ ଲାଗି ‘ଏସ୍‌ଏଇ’ରେ ତଥ୍ୟ ଓ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ଏହା ଲଗାତାର ଭାବେ ନିବେଶକମାନଙ୍କୁ ଆଲ୍‌ଫା ପ୍ରଦାନ କରିବା ସହ ଖର୍ଚ୍ଚ କମ୍ କରି ଉନ୍ନତ ଅନୁଭୂତି ପ୍ରଦାନ କରୁଥିବା ସେ କହିଛନ୍ତି।