ଟାଇର ମହିଳା ଉଦ୍ୟୋଗୀ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର: ଟାଇ (ଦ ଇଣ୍ଡସ୍‌ ଏଣ୍ଟରପ୍ରେନ୍ୟୁୟର) ପକ୍ଷରୁ ଷ୍ଟାର୍ଟ ଅପ୍‌ ମହିଳା ଉଦ୍ୟୋଗୀଙ୍କ ପାଇଁ ହୋଟେଲ କ୍ରାଉନ୍‌ ଏକ ୪ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ୩୦ ଜଣ ମହିଳା ଯୋଗଦେଇ ଉଦ୍ୟୋଗୀ ଯୋଗଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆମେରିକାର ସଂସ୍କୃତି ବ୍ୟାପାର ଦୂତାବାସ ସଦସ୍ୟ ଡ. ସି. ରାଗିଲ୍‌ ଡିକେନ, ଏୟାରସୁଇ ୨.୦ର ଅଧ୍ୟକ୍ଷ ମିସ୍‌ ସୀମା ଚତୁର୍ବେଦୀ, ଆମେରିକାର ମେଣ୍ଟର କ୍ୟାରୋଲିନ୍‌ ଲୁଇସ୍‌, ଭାରତର ମେଣ୍ଟର ଜୟଶ୍ରୀ ମହାନ୍ତି, ଟାଇ ଭୁବନେଶ୍ୱରର ସଭାପତି ଦେବାଶିଷ ପଟ୍ଟନାୟକ, ଟାଇ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦେଶିକା ସ୍ୱସ୍ତି ମିଶ୍ର ଯୋଗଦେଇଥିଲେ। ଚଳିତ ମାସ ୧୪ ତାରିଖରେ ଏହି କର୍ମଶାଳା ହୋଟେଲ୍‌ କ୍ରାଉନ୍‌ରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର