ଭୁବନେଶ୍ୱର : ଅଗ୍ରଣୀ ଟ୍ରାକ୍ଟର ପ୍ରସ୍ତୁତକାରୀ କମ୍ପାନୀ, ଟାଫେ ଟ୍ରାକ୍ଟର ଏବଂ ଫାର୍ମ ଲିମିଟେଡ ପକ୍ଷରୁ ଡାଇନାଟ୍ରାକ ସିରିଜର  ୪ ହ୍ୱିଲ ଡ୍ରାଇଭ (୪ଡବ୍ଲୁଡି) ବିଶିଷ୍ଟ ଟ୍ରାକ୍ଟର ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକର ବଜାର ପ୍ରବେଶ କରାଯାଇଛି । ମେସି ଫୁର୍ଗସନ ଡାଇନାଟ୍ରାକ ଏକ ଅତ୍ୟାଧୁନିକ ରେଞ୍ଜର ଟ୍ରାକ୍ଟର ଯାହା ଗୋଟିଏ ଶକ୍ତିଶାଳୀ ଟ୍ରାକ୍ଟରକୁ ଅତ୍ୟଧିକ ଶକ୍ତି, ଗତିଶୀଳ ପ୍ରଦର୍ଶନୀ, ଆରାମଦାୟକ ପ୍ରଯୁକ୍ତି, ଅନୁପମ ଉପଯୋଗିତା ଏବଂ ନିପୁଣତା ପ୍ରଦାନ କରୁଛି । ଏମଏଫ ଡାଇନାଟ୍ରାକ ସିରିଜର ନୂତନ ୪ଡବ୍ଲୁଡି ଭିନ୍ନତା  ୪୪ ଏଚପି ରେଞ୍ଜର ଏମଏଫ ୨୪୪ ଡାଇନାଟ୍ରାକ ୪ଡବ୍ଲୁ  ଏବଂ ୪୬ ଏଚପି ରେଞ୍ଜର ଏମଏଫ ୨୪୬  ଡାଇନାଟ୍ରାକ ୪ଡବ୍ଲୁଡି ଅତ୍ୟଧିକ ଉତ୍ପାଦନ, ଅତ୍ୟାଧୁନିକ କାର୍ଯ୍ୟ ସମ୍ବନ୍ଧୀୟ ଆରାମ, ଶ୍ରେଷ୍ଠ ମାଇଲେଜ ଏବଂ ଅନୁପମ ସ୍ଥାୟୀତ୍ୱ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ।

Advertisment

ଏହି ନୂତନ ରେଞ୍ଜ ଟ୍ରାକ୍ଟରରେ ଉନ୍ନତ ଡାଇନାଲିଫ୍ଟ ହ୍ରାଇଡ୍ରାଲିକ୍ସ, କ୍ୱାଡ୍ରା ପିଟିଓ, ୨୪ ସ୍ପିଡ ସୁପର ସର୍ଟଲ ଗିଅର ବକ୍ସ, ଡୁଆଲ ଡାଇଫ୍ରାଗାମ କ୍ଲଚ, ଅଲଟ୍ରା ପ୍ଲାନେଟୋରୀ ପ୍ଲସ, ମାକ୍ସ ଅଏଲ ବ୍ରେକସ (ଓଆଇବି), ସେରାମେଟାଲିକ କ୍ଲଚ ପ୍ଲେଟ ଏବଂ ଉଚ୍ଚ ପିଟିଓ ପ୍ଲେସମେଣ୍ଟ ମୁଖ୍ୟ ବୈଶିଷ୍ଟ୍ୟ ଅଟେ ଯାହା ସମସ୍ତ ପ୍ରକାରର ଉପକରଣ ପାଇଁ ସଠିକ କରିଥାଏ ଏବଂ ଦେଶର ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଛି । ୪ଡବ୍ଲୁଡି ଚୟନ ଉଭୟ ଷ୍ଟାଣ୍ଡାର୍ଡ ଏବଂ ହାଇ-ଲଗ ଟାୟାର ଭିନ୍ନତା ସହିତ ଉପଲବ୍ଧ ।