ନୂଆଦିଲ୍ଲୀ: ଏଣିକି କେନ୍ଦ୍ରସରକାର ସୋସିଆଲ ମିଡିଆରେ ମିଛ ଖବର ଓ ଗୁଜବ ପ୍ରଚାର କରିବା ଉପରେ ଅଙ୍କୁଶ ଲଗାଇବେ। ଏନେଇ ସମସ୍ତ ସୋସିଆଲ ମିଡିଆ କମ୍ପାନିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଗୃହ ସଚିବ ରାଜିବ ଗୌବା ଏସମ୍ପର୍କରେ ସୋସିଆଲ ମିଡିଆ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରି, କୌଣସି ଆପତ୍ତିଜନକ କଥାକୁ କିଭଳି ରୋକାଯାଇ ପାରିବ ଓ କେଉଁ କେଉଁ ଗାଇଡଲାଇନ ରହିବ, ତା’ଉପରେ ଚର୍ଚ୍ଚା କରିଥିଲେ। ତେବେ ଗୁଜବ ଓ ମିଛ ଖବର କାରଣରୁ ଦେଖା ଦେଉଥିବା ହିଂସା ଘଟଣା କିମ୍ବା ମହିଳା ଓ ଶିଶୁଙ୍କ ସହ ଜଡିତ କିଛି ଆପତ୍ତିଜନକ ଲେଖା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହି ସାକ୍ଷାତକାରରେ ଗୁଗୁଲ, ଟୁଇଟର, ଫେସବୁକ, ଇଷ୍ଟାଗ୍ରାମ, ୟୁଟ୍ୟୁବର ପ୍ରତିନିଧିଙ୍କ ବ୍ୟତୀତ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ଜଡିତ ଥିବା ବରିଷ୍ଠ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।
/sambad/media/post_attachments/wp-content/uploads/2018/10/facebook-1.jpg)
ତେଣୁ ଏହିସବୁ ଦିଗକୁ ଦୃଷ୍ଟିରେ ରଖି ଏହାର ପ୍ରସାର କରୁଥିବା ଆକାଉଣ୍ଟକୁ ତୁରନ୍ତ ବ୍ଲକ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ତିଆରି କରିବାକୁ ସୋସିଆଲ ମିଡିଆ କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦେଶ ବିରୋଧି ଲେଖା ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର କମ୍ପାନିଙ୍କୁ ପରାମର୍ଶ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/201810261036239542_modi-government-action-on-hate-content-in-social-media_SECVPF.jpg)