ଆଫଗାନିସ୍ତାନ ସହ ବାଣିଜ୍ୟ କାରବାର ବନ୍ଦ : ଭାରତୀୟ ବଜାରରେ ମହଙ୍ଗା ହେଲା ଡ୍ରାଏ ଫ୍ରୁଟ୍ସ  

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ଘଟଣା ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଛି । କାବୁଲ ଅଧିକାର କରିବାର କିଛି ଦିନ ପରେ ତାଲିବାନ ଆଫଗାନିସ୍ତାନରୁ ବିଭିନ୍ନ ଦେଶକୁ ବାଣିଜ୍ୟ କାରବାର ବନ୍ଦ କରିଦେଇଛି । ଏହା ଫଳରେ ପାକିସ୍ତାନ ବାଟ ଦେଇ ଆଫଗାନିସ୍ତାନ ସହ ବାଣିଜ୍ୟ କାରବାର କରୁଥିବା ବିଭିନ୍ନ ଦେଶର ବ୍ୟବସାୟୀମାନେ ନିରାଶ ହୋଇଛନ୍ତି ।

ଆଫଗାନିସ୍ତାନ ଭାରତ ସମେତ ବିଭିନ୍ନ ଦେଶକୁ ଶୁଖିଲା ଫଳ (ଡ୍ରାଏ ଫ୍ରୁଟ୍ସ) ରପ୍ତାନି କରିଥାଏ । ଏବେ ବାଣିଜ୍ୟ କାରବାର ବନ୍ଦ ହେବା ପରେ ଭାରତୀୟ ବଜାରରେ ଡ୍ରାଏ ଫ୍ରୁଟ୍ସର ଯୋଗାଣ ବନ୍ଦ ହୋଇଯାଇଛି । ଏହା ଫଳରେ ଭାରତରେ ଡ୍ରାଏ ଫ୍ରୁଟ୍ସର ଦର ବଢିବାର ଆଶଙ୍କା ଦେଖାଦେଇଛି ।

ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂର ସୂଚନା ଅନୁସାରେ ସମଗ୍ର ଦକ୍ଷିଣ ଏସିଆରେ ଭାରତ ହେଉଛି ଆଫଗାନିସ୍ତାନ ପାଇଁ ବୃହତ୍ତମ ବଜାର । ମାତ୍ର ଯେବେଠାରୁ  ତାଲିବାନ ବାଣିଜ୍ୟ କାରବାର ବନ୍ଦ କରିଛି, ସେବେଠାରୁ ଭାରତରେ ଡ୍ରାଏ ଫ୍ରୁଟ୍ସ ମହଙ୍ଗା ହୋଇଚାଲିଛି । ଆଲମଣ୍ଡ ଦର କିଲୋଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇଛି । ଆପ୍ରିକଟ, କିସମିସ୍ ଓ ରାଇସିନ ଦର ବି ବୃଦ୍ଧି ପାଇଛି ।  ସେହିପରି ପିସ୍ତାବାଦାମ ଦର କିଲୋଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର