ତୂତୁକୁଡ଼ୀ: ଭୁଲ୍‌କ୍ରମେ ଚେନ୍ନାଇର ଜଣେ ‘କ୍ୟାବ୍‌’ ଡ୍ରାଇଭର୍‌ଙ୍କ ଆକାଉଣ୍ଟ୍‌ରେ ୯,୦୦୦ କୋଟି ଟଙ୍କା ଜମା ହୋଇଯିବା ଘଟଣାର କିଛି ଦିନ ପରେ ‘ତାମିଲ୍‌ନାଡ୍‌ ମର୍କାଣ୍ଟାଇଲ୍‌ ବ୍ୟାଙ୍କ୍‌’ର (ଟିଏମ୍‌ବି) ପରିଚାଳନା ନିର୍ଦେଶକ ତଥା ‘ସିଇଓ’ ଏସ୍‌. କ୍ରିଷ୍ଣନ୍‌ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।

Advertisment

କିନ୍ତୁ, ବ୍ୟକ୍ତିଗତ କାରଣରୁ  ଇସ୍ତଫା ଦେଇଥିବା କଥା କ୍ରିଷ୍ଣନ୍‌ ତାଙ୍କ ଇସ୍ତଫା-ପତ୍ରରେ ଉଲ୍ଲେଖ କରିଛନ୍ତି।

publive-image Image Courtesy of India Today

କ୍ରିଷ୍ଣନ୍‌ଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି, ମୋର କାର୍ଯ୍ୟକାଳର ଆଉ ତୃତୀୟାଂଶ ଥିଲେ ବି ବ୍ୟକ୍ତିଗତ କାରଣରୁ ବ୍ୟାଙ୍କ୍‌ର ପରିଚାଳନା ନିର୍ଦେଶକ ଓ ‘ସିଇଓ’ ପଦବୀରୁ ଇସ୍ତଫା ଦେବାକୁ ସ୍ଥିର କରିଛି।

ସେପ୍ଟେମ୍ବର ୨୦୨୨ରେ ସେ ବ୍ୟାଙ୍କ୍‌ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

publive-image Image Courtesy of Hindu Tamil

ତୂତୁକୁଡ଼ୀସ୍ଥିତ  ‘ତାମିଲ୍‌ନାଡ୍‌ ମର୍କାଣ୍ଟାଇଲ୍‌ ବ୍ୟାଙ୍କ୍‌’ର ନିର୍ଦେଶକ ମଣ୍ଡଳୀ ଗୁରୁବାର ଦିନ ବୈଠକରେ ସମ୍ମିଳିତ ହୋଇ କ୍ରୀଷ୍ଣନ୍‌ଙ୍କ ଇସ୍ତଫା ପତ୍ର ଗ୍ରହଣ କରି ତହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ପଠାଇ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କହିଛି, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରୁ ମାର୍ଗଦର୍ଶିକା ଆସିବା ପର୍ଯ୍ୟନ୍ତ ଏସ୍‌. କ୍ରିଷ୍ଣନ୍‌ ‘ଏମ୍‌ଡି’ ତଥା ‘ସିଇଓ’ ରହିବେ।

ଉଲ୍ଲେଖଯୋଗ୍ୟ, ‘ତାମିଲ୍‌ନାଡ୍‌ ମର୍କାଣ୍ଟାଇଲ୍‌ ବ୍ୟାଙ୍କ୍‌’ର ଆକାଉଣ୍ଟଧାରୀ ରାଜକୁମାର ନାମରେ ଜଣେ ‘କ୍ୟାବ୍‌’ ଡ୍ରାଇଭର୍‌ଙ୍କ ଆକାଉଣ୍ଟ୍‌କୁ ଭୁଲ୍‌କ୍ରମେ ୯,୦୦୦ କୋଟି ଟଙ୍କା ଚାଲି ଆସିଥିଲା। ପ୍ରଥମେ ଏହାକୁ ଦୁର୍ନୀତି ହୋଇଥିବ ଭାବି ଯାଞ୍ଚ କରିବା ପାଇଁ ରାଜକୁମାର ସେଥିରୁ ତାଙ୍କ ସାଙ୍ଗ ନିକଟକୁ ୨୧,୦୦୦ ଟଙ୍କା ପଠାଇ ଦେଲେ। ସାଙ୍ଗ ନିକଟକୁ ଟଙ୍କା ସୁରୁଖୁରରେ ଚାଲିଗଲା। ଏହାର ଅଧଘଣ୍ଟାଏ ପରେ ବ୍ୟାଙ୍କ୍‌ ବାକିତକ ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ ଉଠାଇ ନେଇଥିଲା।

କିନ୍ତୁ, ବ୍ୟାଙ୍କ୍‌ରେ କେତେକ ଅନିୟମିତତା ହୋଇଥିବା କଥା ଚଳିତ ବର୍ଷ ଜୁନ୍‌ ମାସରେ ଆୟକର ବିଭାଗ କରିଥିବା ଯାଞ୍ଚ ପ୍ରକ୍ରିୟା ବେଳେ ଜଣାପଡ଼ିଥିଲା।