ତନିସ୍କ ପକ୍ଷରୁ ଆକର୍ଷଣୀୟ ରିହାତି

ଭୁବନେଶ୍ବର: ଚଳିତବର୍ଷର ଅକ୍ଷୟ ତୃତୀୟା ପାଇଁ ତନିସ୍କ ପକ୍ଷରୁ ଏକ ଆକର୍ଷଣୀୟ ରିହାତି ଘୋ‌ଷଣା କରାଯାଇଛି। ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରୀ ଏବଂ ହୀରା ଗହଣା ଉପରେ ୨୫ ପ୍ରତିଶତ ରିହାତି ପାଇପାରିବେ। ଏହି ଅଫର ତନିସ୍କର ସବୁ ଷ୍ଟୋରରେ ଚଳିତମାସ ୨୯ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିସହିତ ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ନୂଆ କଲେକ୍ସନ ସ୍ବୟାମ୍‌ର ଶୁଭାରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଟାଇଟାନ କମ୍ପାନି ଲିମିଟେଡର ଆସୋସିଏଟ୍ ଭାଇସ ପ୍ରେସିଡେଣ୍ଟ (ମାର୍କେଟିଂ- ଜୁଏଲାରି ଡିଭିଜନ) ଦୀପିକା ତିୱାରୀ କୁହନ୍ତି, ଭାରତରେ ଅକ୍ଷୟ ତୃତୀୟ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଏହି ଦିନ ସୁନା କିଣିବା ପରମ୍ପରା ବହୁ ଆଗରୁ ରହିଆସିଛି। ସୁନା ଗହଣା ଗଢ଼ା ମଜୁରୀ ଉପରେ ୨୫ ପ୍ରତିଶତ ରିହାତି ସବୁ ଗ୍ରାହକଙ୍କୁ ଗହଣା କିଣିବାର ଉତ୍ତମ ସୁଯୋଗ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର