ତନିସ୍କର ଡିଜିଟାଲ୍ ସୁନା

ଭୁବନେଶ୍ବର : କରୋନା ମହାମାରୀ ସୁନା ପ୍ରତି ଲୋକମାନଙ୍କ ବିଶ୍ବାସ ବଢ଼ାଇଥିବା ବେଳେ ଏଥିରେ ନିବେଶକୁ ଲୋକମାନେ ଗମ୍ଭୀରତା ସହ ନେଇଛନ୍ତି। ‌‌ଯେଉଁମାନଙ୍କ ପାଖରେ ବ୍ୟୟ କରିବା ଲାଗି ଅର୍ଥରାଶି ରହିିଛି ସେମାନେ ସୁନାରେ ନିବେଶକୁ ଆଉ ବାଜେ ଖର୍ଚ ବୋଲି ଭାବୁନାହାନ୍ତି। ଏହି ପରିପ୍ରେକ୍ଷୀରେ ତନିସ୍କ ପକ୍ଷରୁ ଡିଜି ଗୋଲ୍ଡର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ସୁନା କିଣିବାର ଏକ ନୂଆ ଉପାୟ। ମାତ୍ର କିଛି କ୍ଲିକ୍‌ରେ ଗ୍ରାହକମାନେ କିଣିପାରିବେ ୨୪ କ୍ୟାରେଟ ବିଶୁଦ୍ଧ ସୁନା। ଯେଉଁମାନେ ସୁନାରେ ନିବେଶ କରିବାକୁ ଚାହୁଛନ୍ତି ସେମାନଙ୍କୁ ନଜରରେ ରଖି ଡିଜି ଗୋଲ୍ଡ ବ୍ୟବସ୍ଥା ଆରମ୍ଭ କରାଯାଇଛି। ତନିସ୍କ ପକ୍ଷରୁ ବିଭିନ୍ନ ସୁରକ୍ଷିତ ଡିଜିଟାଲ୍ ପ୍ଲାଟଫର୍ମରେ ଡିଜି ଗୋଲ୍ଡ ଉପଲବ୍ଧକରାଯାଇଛି। ଏହା ଦ୍ବାରା ସୁନାରେ ନିବେଶ କରିବା ଆହୁରି ସହଜ ହୋଇପାରିଛି।

ଗ୍ରାହକମାନେ ଯେତିକି ପରିମାଣର ଡିଜି ଗୋଲ୍ଡ କିଣିବେ ତନିସ୍କ ପକ୍ଷରୁ ସମାନ ପରିମାଣର ସୁନା କିଣି ତାହାକୁ ଗ୍ରାହକଙ୍କ ନାମରେ ଏକ ସୁରକ୍ଷିତ ଭଲ୍ଟରେ ରଖାଯିବ। ଗ୍ରାହକମାନେ ୧୦୦ ଟଙ୍କା ଭଳି କମ୍ ମୂଲ୍ୟରୁ ଡିଜି ଗୋଲ୍ଡ କିଣିବା ଆରମ୍ଭ କରିପାରିବେ। ଯେକୌଣସି ସମୟରେ ଡିଜି ଗୋ୍ଲ୍ଡକୁ ତନିସ୍କର ଥିବା ୱେବସାଇଟ୍‌ Tanishq.co.in ଓ ସାରା ଦେଶରେ ଥିବା ୩୫୦ରୁ ଅଧିକ ଷ୍ଟୋର୍‌ରେ ଏକ୍ସଚେଞ୍ଜ୍‌ କରିହେବ। ତନିସ୍କ ଡିଜି ଗୋଲ୍ଡର ପ୍ରମୁଖ ବିଶେଷତ୍ବ ହେଉଛି ଘରେ ରହି ଏହାର କିଣାବିକା କରିହେବ। ଡିଜି ଗୋଲ୍ଡକୁ ଅସଲି ସୁନାରେ ରୂପାନ୍ତରିତ କରିହେବ। ଡିଜି ଗୋଲ୍ଡ ପାଇଁ କୌଣସି ଲକ୍‌-ଇନ୍ ଅବଧି ନାହିଁ।

ସମ୍ବନ୍ଧିତ ଖବର