ତନିସ୍କରେ ସୁବିଧାରେ ସୁନା ଏକ୍ସଚେଞ୍ଜ

ଭୁବନେଶ୍ୱର: ତନିସ୍କର ଚନ୍ଦ୍ରଶେଖରପୁରଠାରେ ଥିବା ଷ୍ଟୋର୍‌ରେ ସୁନା ଏକ୍ସଚେଞ୍ଜ ସୁବିଧା ବିଷୟରେ ଘୋଷଣା କରାଯାଇଛି। ତନିସ୍କରେ ସୁନା ଏକ୍ସଚେଞ୍ଜ ବେଳେ କ୍ଷତି ଶୂନ ରହିବ। ୨୨ କ୍ୟାରେଟ୍‌ରୁ ଅଧିକ ଶୁଦ୍ଧତାର ସୁନା ଏକ୍ସଚେଞ୍ଜ ବେଳେ ୦% ଡିଡ୍‌କ୍ସନ ହେବ। ଏହା ବ୍ୟତୀତ ଗ୍ରାହକମାନଙ୍କୁ ୧୦ ଗ୍ରାମ ପିଛା ୩୩୬୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ। ଏହି ସୁବିଧା ସମସ୍ତ ତନିସ୍କ ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ପୁରୁଣା ସୁନା ଏକ୍ସଚେଞ୍ଜ ବେଳେ ତନିସ୍କରେ ଗ୍ରାହକମାନେ ଅନେକ ସୁବିଧା ପାଇବେ। କ୍ୟାରେଟ୍‌ମିଟର୍‌ରେ ସୁନାର ଶୁଦ୍ଧତା ଯାଞ୍ଚ କରାଯିବ। ତନିସ୍କରେ ସୁନାର କିଣା ଏବଂ ବିକ୍ରି ଦାମ ଉଭୟ ସମାନ। ପୁରୁଣା ସୁନାକୁ ତରଳାଇ ତନିସ୍କ ତାହାକୁ ଗ୍ରାହକଙ୍କ ସାମ୍ନାରେ ଓଜନ କରିବ। ତନିସ୍କ କୌଣସି ପୁରୁଣା ସୁନା କିମ୍ବା ଗହଣାକୁ ସୋ’ରୁମ୍‌ରେ ପ୍ରଦର୍ଶିତ କରେନାହିଁ ବୋଲି କହିଛି।

ସମ୍ବନ୍ଧିତ ଖବର