ତନିସ୍କର ସୁନା କଏନ୍‌ ଉପହାର ଅଫର

ଭୁବନେଶ୍ୱର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ଚଳିତ ବର୍ଷ ଏହାର ୨୦ତମ ବାର୍ଷିକୀ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କଂପାନି ପକ୍ଷରୁ ଉପହାର ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ତନିସ୍କର ଯେ କୌଣସି ଷ୍ଟୋର୍‌ରୁ ୧୦ ଗ୍ରାମର ସୁନା ଅଳଙ୍କାର କିମ୍ବା ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା ଖରିଦ କରି ୦.୨ ଗ୍ରାମର ସୁନା କଏନ ଉପହାର ଭାବେ ପାଇପାରିବେ। ଏହି ଅଫର ଡିସେମ୍ବର ୮-୧୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଆଜି ଏ ବିଷୟରେ ତନିସ୍କର ଚନ୍ଦ୍ରଶେଖରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର