ଭୁବନେଶ୍ବର: ଦେଶର ସର୍ବବୃହତ୍ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଭୁବନେଶ୍ବରରେ ଏକ ଉଚ୍ଚ ମୂଲ୍ୟଯୁକ୍ତ ସ୍ବତନ୍ତ୍ର ପ୍ରାକୃତିକ ହୀରା ଗହଣା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ହୋଟେଲ୍ ଲାଇଫ୍ରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଚଳିତ ମାସ ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆମନ୍ତ୍ରଣ ଆଧାରରେ ପ୍ରବେଶ ସୁବିଧା ରହିଛି। ଏଥି ସହିତ ଏକ ହୀରା ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଡି ବିୟର୍ସ ସହଯୋଗରେ ବିକାଶ କରାଯାଇଥିବା ଲାଇଟ୍ ସ୍କୋପ୍ ଓ ସିନ୍ଥ ଡିଟେକ୍ଟର ଭଳି ହାଇ-ଟେକ୍ ହୀରା ଯାଞ୍ଚ ମେସିନ୍ର ବ୍ୟବହାରକୁ ପ୍ରଦର୍ଶିତ କରାଯିବ। ପ୍ରାକୃତିକ ହୀରା ପ୍ରଦର୍ଶନୀରେ ତନିସ୍କର ରାଡିଆନ୍ସ ଇନ୍ ରିଦିମ୍, ଏଲାନ୍ ଓ ଅନ୍ବାଉଣ୍ଡ୍ ସଂଗ୍ରହକୁ ଉପସ୍ଥାପନ କରାଯାଇଛି।
ମହିଳାଙ୍କ ଜୀବନ ଓ ଭାବର ବିଭିନ୍ନ ଦିଗକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ଏହି ଗହଣାଗୁଡ଼ିକୁ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଛି। ରାଡିଆନ୍ସ ଇନ୍ ରିଦିମ୍ରେ ଏମରାଲ୍ଡ, ସାଇଟ୍ରାଇନ୍, ଆକ୍ବାମେରାଇନ୍, ସାଭୋରାଇଟ୍ ଭଳି ରତ୍ନପଥର ମଧ୍ୟ ବ୍ୟବହାର କରାଯାଇଛି। ଅନ୍ବାଉଣ୍ଡ୍ ସଂଗ୍ରହ ମହିଳାଙ୍କ ବ୍ୟକ୍ତିତ୍ବ ଦ୍ବାରା ପ୍ରଭାବିତ ହୋଇ ପ୍ରସ୍ତୁତ କରାଯାଇଛି। ୧୮ କ୍ୟାରେଟ୍ ସୁନା ଓ ହୀରାରେ ଏହି ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ତିନସ୍କର ଓଡ଼ିଶା ଓ ଉତ୍ତର ପୂର୍ବାଞ୍ଚଳର ସର୍କଲ୍ ବିଜନେସ୍ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି ଯେ ଏହି ପ୍ରଦର୍ଶନୀ ଜରିଆରେ ଭୁବନେଶ୍ବରକୁ ଆମେ ଆମର ଶ୍ରେଷ୍ଠ ପ୍ରାକୃତିକ ହୀରା ସଂଗ୍ରହ ଆଣିଥିବାରୁ ବେଶ୍ ଆନନ୍ଦିତ। ଆମ ପାଇଁ ଭୁବନେଶ୍ବର ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବଜାର। ଆମ ମୂଲ୍ୟବାନ ଗ୍ରାହକମାନଙ୍କ ସମର୍ଥନକୁ ଦେଖି ଆମେ ଉତ୍ସାହିତ ହୋଇପଡ଼ିଛୁ। ହୀରା ପ୍ରତି ସହରବାସୀଙ୍କ ଭଲ ପାଇବା ଦେଖି ଖୁସି ଲାଗୁଛି ବୋଲି ସେ କହିଥିଲେ। ତନିସ୍କର କର୍ପୋରେଟ୍ ଟିମ୍ର କଷ୍ଟମର୍ ଏନ୍ଗେଜ୍ମେଣ୍ଟ୍ ମ୍ୟାନେଜର ମିଶା ହରି ବୋଷ କହିଥିଲେ ଯେ ତନିସ୍କରେ ଗ୍ରାହକଙ୍କ ସହ ସମ୍ପର୍କ ଗଢ଼ିବା କେବଳ ଗହଣା ପ୍ରଦର୍ଶନ କରିବା ନୁହେଁ, ବରଂ ବିଶ୍ବାସ ଗଢ଼ିବା ଓ ସମ୍ପର୍କର ଉତ୍ସବ ପାଳନ କରିବା। ଭୁବନେଶ୍ବରରେ ଏହି ସ୍ବତନ୍ତ୍ର ପ୍ରଦର୍ଶନୀ ଜରିଆରେ ଆମେ ଗ୍ରାହକଙ୍କୁ ହୀରାର ପ୍ରତିିଟି ଦିଗ ବୁଝିବାକୁ ସିଧାସଳଖ ସୂଚନା ସହିତ ଯୋଡ଼ିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/13/13bbs_34_13022026_112-2026-02-13-19-32-50.jpg)