ତନିସ୍କର ନୂଆ ‘ଉତ୍ସବ’ ଗହଣା ସମ୍ଭାର

ଭୁବନେଶ୍ବର: ତନିସ୍କ ପକ୍ଷରୁ ଏହାର ନୂତନ ଗହଣା ସମ୍ଭାର ଉତ୍ସବକୁ ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ ଉନ୍ମୋଚନ କରାଯାଇଛି। ଐତିହ୍ୟ ଆକାର ଓ କାରିଗରୀରେ ପ୍ରସ୍ତୁତ ଏହି ଗହଣାଗୁଡ଼ିକ ହେଉଛି ପାରମ୍ପରିକ ଓ ଷ୍ଟାଇଲ୍‌ର ସମିଶ୍ରଣ। ଆଜିର ଆଧୁନିକ ଯୁଗର ମହିଳାମାନେ ସବୁ ବେଳେ ନୂତନ ଡିଜାଇନ୍ ସନ୍ଧାନରେ ରହୁଛନ୍ତି ଯାହା ସେମାନଙ୍କ ଲୁକ୍‌ରେ ଉନ୍ନତତି ଆଣିପାରିବ ଓ ସେମାନେ ନିଜର ଐତିହ୍ୟ ଓ ପାରମ୍ପରିକ ‌େସୗନ୍ଦର୍ଯ୍ୟକୁ ଛା‌ଡ଼ିବାକୁ ଚାହୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ତନିସ୍କ ପକ୍ଷରୁ ଉତ୍ସବ ସମ୍ଭାରକୁ ପ୍ରସ୍ତୁତ କରାଯାଇଛି। ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ ପକ୍ଷରୁ ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣାର ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଉତ୍ସବ ସମ୍ଭାରରେ ଥିବା ଗହଣା‌ ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର